ଓଡ଼ିଶାମୁହାଁ ଛତିଶଗଡ଼ ବାଘ

ଓଡ଼ିଶାମୁହାଁ ଛତିଶଗଡ଼ ବାଘ

ଭୁବନେଶ୍ୱର: ଓଡ଼ିଶାମୁହାଁ ଛତିଶଗଡ଼ ବାଘ। ସମ୍ବଲପୁରର ଦେବ୍ରିଗଡ଼କୁ ନିୟମିତ ଆସୁଛି ଛତିଶଗଡ଼ର ଏକ ବାଘ। ବର୍ତ୍ତମାନ ଏହି ବାଘ ଦେବ୍ରିଗଡ଼ ଜଙ୍ଗଲରେ ରହିଛି। ତାହାର ଫଟୋ କ୍ୟାମେରାରେ କଏଦ ହୋଇଛି। ଏହା ଦେବ୍ରିଗଡ଼ ଜଙ୍ଗଲ ସମେତ ବରଗଡ଼ର ୨ଟି ଜଙ୍ଗଲରେ ବୁଲାବୁଲି କରୁଛି। ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିକଟରେ ଦେବ୍ରିଗଡକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରିବାକୁ ଏନ୍ଟିସିଏ ସୁପାରିଶ କରିଛି। ଏବେ ରାଜ୍ୟ ସରକାରଙ୍କୁ ଏନେଇ ବିଜ୍ଞପ୍ତି ଜାରି କରିବାକୁ ପଡ଼ିବ।
ଏହାପରେ ଦେବ୍ରିଗଡ ବ୍ୟାଘ୍ର ଅଭୟାରଣ୍ୟ ହୋଇପାରିବ। ଅପରପକ୍ଷରେ ଦେବ୍ରିଗଡ଼ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବନ ବିଭାଗ। ଦେବ୍ରିଗଡ଼ରେ କ୍ୟାମେରା ଟ୍ରାପ ସଂଖ୍ୟା ବଢ଼ାଯାଇଛି। ଦେବ୍ରିଗଡ଼ରେ ବାଘ ପରିଚାଳନା ଲାଗି ଏକ ଅତିରିକ୍ତ ସ୍କ୍ୱାର୍ଡ ମଧ୍ୟ ମଞ୍ଜୁର କରାଯାଇଛି। ଏପରିକି ସେଠାରେ ବାଘର ପଦଚିହ୍ନ ଡାଟା ଆନାଲିସିସ ସହାୟତା କରିବାକୁ ଜଣେ ବାୟୋଲଜିଷ୍ଟକୁ ପ୍ରତି ମାସରେ ୧୦ ଦିନ ଲାଗି ସେଠାକୁ ପଠାଯାଉଛି।

Share Now:

Kalinga News Beuro

Next Post

ଭାଙ୍ଗିଲା ସ୍ପାଇସ୍‌ ଜେଟ୍‌ ବିମାନର ଇଞ୍ଜିନ୍‌ ବ୍ଲେଡ୍‌ : କୋଲକାତା ବିମାନବନ୍ଦରରେ ଘୋଷଣା ହେଲା ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି

Mon Feb 27 , 2023
କୋଲକାତା: ବ୍ୟାଙ୍କକ୍‌ ଅଭିମୁଖେ ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନରେ ଥିବା ୧୭୮ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ସୋମବାର ସକାଳେ କୋଲକାତା ବିମାନ ବନ୍ଦରରୁ ଉଡ଼ାଣ ଭରିବା ସମୟରେ ହଠାତ୍‌ ବିମାନର ଗୋଟିଏ ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଯାଇଥିବା ଦେଖି ପାଇଲଟ୍‌ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ମଝି ଆକାଶରୁ ବିମାନଟି ବିମାନବନ୍ଦରକୁ ଫେରି ୧୮ ମିନିଟ୍‌ ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। […]
ଭାଙ୍ଗିଲା ସ୍ପାଇସ୍‌ ଜେଟ୍‌ ବିମାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial