ଭାଙ୍ଗିଲା ସ୍ପାଇସ୍‌ ଜେଟ୍‌ ବିମାନର ଇଞ୍ଜିନ୍‌ ବ୍ଲେଡ୍‌ : କୋଲକାତା ବିମାନବନ୍ଦରରେ ଘୋଷଣା ହେଲା ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି

ଭାଙ୍ଗିଲା ସ୍ପାଇସ୍‌ ଜେଟ୍‌ ବିମାନ

କୋଲକାତା: ବ୍ୟାଙ୍କକ୍‌ ଅଭିମୁଖେ ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନରେ ଥିବା ୧୭୮ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ସୋମବାର ସକାଳେ କୋଲକାତା ବିମାନ ବନ୍ଦରରୁ ଉଡ଼ାଣ ଭରିବା ସମୟରେ ହଠାତ୍‌ ବିମାନର ଗୋଟିଏ ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଯାଇଥିବା ଦେଖି ପାଇଲଟ୍‌ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ମଝି ଆକାଶରୁ ବିମାନଟି ବିମାନବନ୍ଦରକୁ ଫେରି ୧୮ ମିନିଟ୍‌ ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବୋଇଂ ୭୩୭ ବିମାନ ଏସଜି ୮୩ (କୋଲକାତା-ବ୍ୟାଙ୍କକ୍‌) କୋଲକାତାରୁ ରାତି ୧.୦୯ରେ ଉଡ଼ାଣ ଭରିଥିଲା। ତେବେ, ମଝି ଆକାଶରେ ପାଇଲଟ୍‌ ଇଞ୍ଜିନରେ ତ୍ରୁଟି ଦେଖିବା ପରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲକୁ ଫୋନ୍‌ କରି ଜରୁରୀ କାଳୀନ ଅବତରଣ ପାଇଁ ଦାବି କରିଥିଲେ। ରାତି ୧ଟା ୧୧ରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ରାତି ୧ଟା ୨୭ରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପାଖରେ ଦମକଳ ବାହିନୀ, ଆମ୍ବୁଲାନ୍‌ସ, ଡାକ୍ତର, ସିଆଇଏସଏଫ ଏବଂ ଜରୁରୀକାଳୀନ ସ୍ଥାନାନ୍ତର ଟିମ୍‌ ଏବଂ ଉପକରଣ ପ୍ରସ୍ତୁତ ଥିଲେ କିନ୍ତୁ ପାଇଲଟ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ ଏବଂ ଯାତ୍ରୀମାନେ ବିନା କୌଣସି ଅସୁବିଧାରେ ବିମାନରୁ ପଦାକୁ ବାହାରି ପାରିଥିଲେ। ରାତି ୨ଟାରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଶେଷ ହୋଇଥିଲା।
ବିମାନ ବନ୍ଦରର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିମାନଟି ଉଡ଼ାଣ ଭରିବା ସମୟରେ ଏହାର ବାମ ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗି ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅବତରଣ ପରେ ବିମାନଟିର ଯାଞ୍ଚ ଚାଲିଥିବା ବେଳେ ଏୟାରଲାଇନ୍‌ସ ଏକ ପୃଥକ ବିମାନର ବ୍ୟବସ୍ଥା କରା ଯାଇଥିଲା ଏବଂ ଯାତ୍ରୀମାନେ ନିର୍ଦ୍ଧାରିତ ସମୟର ୬ ଘଣ୍ଟାରୁ ଅଧିକ ସମୟର ବିଳମ୍ବ ପରେ ସକାଳ ୭.୧୦ରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଭରିଥିଲେ। ସ୍ପାଇସ୍‌ ଜେଟ୍‌ର ମୁଖପାତ୍ର କହିଛନ୍ତି ଯେ ଯାତ୍ରୀଙ୍କୁ ପରବର୍ତ୍ତୀ ଯାତ୍ରା ପାଇଁ ଏକ ବିକଳ୍ପ ବିମାନ ଯୋଗାଇ ଦିଆ ଯାଇଥିଲା ଏବଂ ସେମାନେ ଏବେ ବ୍ୟାଙ୍କକରେ ପହଞ୍ଚି ସାରିଛନ୍ତି।

Share Now:

Kalinga News Beuro

Next Post

ବିଧାନସଭାରେ ପ୍ରବଳ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

Tue Feb 28 , 2023
ଭୁବନେଶ୍ୱର: ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଶୂନ୍ୟକାଳରେ ଗୃହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି କେନ୍ଦ୍ର ସରକାର ଓଡ଼ିଶା ଲୋକଙ୍କୁ ଠକି ଦେଇଛନ୍ତି। ଏଭଳି ବ୍ୟାନର ଧରି ନିଜ ନିଜ ଆସନରେ ଛିଡ଼ା ହୋଇ ଶାସକ ଦଳର ସଦସ୍ୟମାନେ ନାରାବାଜି କରିଥିଲେ।ଏଣେ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଓ ନବ ଦାସଙ୍କ ହତ୍ୟାକାଣ୍ଡକୁ […]
ବିଧାନସଭାରେ ପ୍ରବଳ ହଟ୍ଟଗୋଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial