ବିଧାନସଭାରେ ପ୍ରବଳ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ବିଧାନସଭାରେ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଶୂନ୍ୟକାଳରେ ଗୃହରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୨ ସୁଦ୍ଧା ଘର ଦେବାକୁ କହି କେନ୍ଦ୍ର ସରକାର ଓଡ଼ିଶା ଲୋକଙ୍କୁ ଠକି ଦେଇଛନ୍ତି। ଏଭଳି ବ୍ୟାନର ଧରି ନିଜ ନିଜ ଆସନରେ ଛିଡ଼ା ହୋଇ ଶାସକ ଦଳର ସଦସ୍ୟମାନେ ନାରାବାଜି କରିଥିଲେ।
ଏଣେ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଓ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପିର ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଆଜି ବିଧାନସଭାରେ ବିଚାରାଧୀନ ବନ୍ଦୀ ଗୋବିନ୍ଦ ସାହୁର ମୃତ୍ୟୁକୁ ନେଇ ବିରୋଧୀ ସଦସ୍ୟ ମୁଲତବୀ ପ୍ରସ୍ତାବ ଆଣିଥିଲେ। କିନ୍ତୁ ସେ ସଂପର୍କରେ ଆଲୋଚନା ହୋଇପାରନଥିଲା। ଏଣେ ଗୃହ ମୁଲତବୀ ହେବା ପରେ ବିଜେପି ବିଧାୟକମାନେ ଯୁବ ମୋର୍ଚ୍ଚା ପକ୍ଷରୁ କରାଯାଉଥିବା ବିଧାନସଭା ଘେରାଉରେ ସାମିଲ ହେବାକୁ ଯାଉଛନ୍ତି।

Share Now:

Kalinga News Beuro

Next Post

ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ : ୨ ସୁରକ୍ଷା କର୍ମୀ ଆହତ

Tue Feb 28 , 2023
ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳରେ ଆଜି ଭୋରୁ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲୱାମାର ପ୍ୟାଡଗାମପୋରା ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ପରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଦୁଇ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି।ମୃତ ଆତଙ୍କବାଦୀର ଶରୀର ଏଯାବତ୍‌ ଜବତ ହୋଇନାହିଁ। ନିହତ ହୋଇଥିବା ଆତଙ୍କବାଦୀକୁ ଛାଡ଼ିଲେ ଅନ୍ୟ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ଧରା ପଡ଼ିଛନ୍ତି। ସଂପୃକ୍ତ […]
ପୁଲୱାମାରେ ଜଣେ ଆତଙ୍କବାଦୀ ନିହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial