ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ : ୨ ସୁରକ୍ଷା କର୍ମୀ ଆହତ

ପୁଲୱାମାରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳରେ ଆଜି ଭୋରୁ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲୱାମାର ପ୍ୟାଡଗାମପୋରା ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ପରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଦୁଇ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି।
ମୃତ ଆତଙ୍କବାଦୀର ଶରୀର ଏଯାବତ୍‌ ଜବତ ହୋଇନାହିଁ। ନିହତ ହୋଇଥିବା ଆତଙ୍କବାଦୀକୁ ଛାଡ଼ିଲେ ଅନ୍ୟ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ଧରା ପଡ଼ିଛନ୍ତି। ସଂପୃକ୍ତ ଅଞ୍ଚଳର ପ୍ରଥମେ ସର୍ଚ୍ଚ ଅପରେସନର ଆରମ୍ଭ ହୋଇଥିଲା। ସେହି ସମୟରେ ଏକ ଘର ଭିତରେ ଲୁଚିଥିବା ଜଣେ ଆତଙ୍କବାଦୀ ଗୁଳି ଚାଳନା କରିବା ପରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଏନ୍‌କାଉଣ୍ଟର୍‌ରେ ପରିଣତ ହୋଇଥିଲା। ଏ ନେଇ କାଶ୍ମୀର ପୁଲିସ୍‌ ଟ୍ୱିଟ ଯୋଗେ ‌ସୂଚନା ଦେଇଛି ଯେ ‘ପୁଲୱାମା ଜିଲ୍ଲାର ପ୍ୟାଡଗାମପୋରା ଅବନ୍ତିପୋରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ପୁଲିସ ଏବଂ ସୁରକ୍ଷା ବାହିନୀ କାମରେ ଲାଗିଛନ୍ତି। ଆଗକୁ ଅଧିକ ବିବରଣୀ ପ୍ରଦାନ କରାଯିବ।’

Share Now:

Kalinga News Beuro

Next Post

ବାଇଁଶିଆ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କର ମୃତ୍ୟୁ

Tue Feb 28 , 2023
ଗଁଦିିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ପଞ୍ଚାୟତରେ ଥିବା ନିଶା ନିବାରଣ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ ଓଡାପଡ଼ା ଗ୍ରାମର ସଞ୍ଜୟ ପୃଷ୍ଟି (୫୦)। ତାଙ୍କୁ ଗତ ୧୩ ତାରିଖ ଦିନ ତାଙ୍କ ସ୍ତ୍ରୀ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସକାଳ ସମୟରେ ସେ ହଠାତ୍ ଅସୁସ୍ଥ ହୋଇଥିଲେ। ଫିଟସ ମାରିବାରୁ ଆମ୍ବୁଲାନ୍ସ ଦ୍ୱାରା ନିଶା ନିବାରଣ […]
ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କର ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial