ଆସନ୍ତା ୨-୩ ଦିନରେ କେରଳ ଛୁଇଁବ ମୌସୁମୀ

କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆସନ୍ତା ୨-୩ ଦିନରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ପୂର୍ବରୁ ଆଇଏମଡି କହିଥିଲା ଯେ ଏବର୍ଷ ମୌସୁମି ସ୍ବାଭାବିକ ସମୟଠାରୁ ପ୍ରାୟ ୫ ଦିନ ଆଗୁଆ ଅର୍ଥାତ ମେ ୨୭ରେ କେରଳ ଛୁଇଁବ। କିନ୍ତୁ ବିଗତ କିଛି ଦିନ ହେଲାଣି ମୌସୁମିର ଗତି ସ୍ଥିର ହୋଇଯାଇଥିବାରୁ ଏହା କେରଳ ଛୁଇଁବାକୁ ଆଉ ୨-୩ ଦିନ ବିଳମ୍ବ ହେବ ବୋଲି ଆଇଏମଡି କହିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ଦକ୍ଷିଣ ଆଣ୍ଡାମାନରେ ପଶ୍ଚିମା ପବନର ଗତି ସବଳ ହୋଇଛି। ସେହିପରି ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ, କେରଳ ଓ ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ଆରବ ସାଗର ଉପର ଆକାଶ ଘନମେଘାଚ୍ଛନ୍ନ ରହିଛି। କେରଳ ଓ ଲାକ୍ଷାଦ୍ବୀପରେ ଥିବା ଆଇଏମଡିର ୧୪ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ଅତିକମରେ ୯ଟି କେନ୍ଦ୍ରରେ ଲଗାତାର ଦୁଇଦିନ ଧରି ୨.୫ ମିଲିମିଟରରୁ ଅଧିକ ବର୍ଷା ହେଲେ ତାହା ମୌସୁମୀର ଆଗମନ ବୋଲି ଧରାଯାଇଥାଏ। ଆସନ୍ତା ମେ ୩୦ରୁ ଜୁନ ୨ ମଧ୍ୟରେ ମୌସୁମି କେରଳ ଛୁଇଁପାରେ। କିନ୍ତୁ ତାହା ଟିକିଏ ଦୁର୍ବଳ ରହିବ ବୋଲି ପାଣିପାଗ ଗବେଷକ ଅକ୍ଷୟ ଦେଓରାସ କହିଛନ୍ତି। ଭାରତ ଏକ ବଡ଼ ଜନସଂଖ୍ୟା କୃଷି ଓ ତତସଂପର୍କିତ କ୍ଷେତ୍ର ଉପରେ ନିର୍ଭରଶୀଳ ଥିବାରୁ ଭାରତୀୟ ଅର୍ଥନୀତି ଉପରେ ମୌସୁମିର ଏକ ବଡ଼ ପ୍ରଭାବ ରହିଛି।

Share Now:

Kalinga News Beuro

Next Post

ଆଜି ନନ୍ଦନକାନନରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ

Fri May 27 , 2022
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମଏହି କେଶରୀ ଆରୁଖ, ଉପସ୍ଥିତ ଥିଲେ। ନନ୍ଦନକାନନକୁ କ୍ରମେ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଟ୍ରାଫିକ୍‌ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି। ପ୍ରତ୍ୟେକ […]
ନନ୍ଦନକାନନରେ ନିର୍ମିତ ତିନିମହଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial