ତାଇଓ୍ବାନକୁ ନେଇ ବାଇଡେନ, ଜିନପିଙ୍ଗ୍ ମୁହାଁମୁହିଁ

ବାଇଡେନ, ଜିନପିଙ୍ଗ୍ ମୁହାଁମୁହିଁ

ବାଲି : ଇଣ୍ଡୋନେସିଆର ବାଲି ଦ୍ୱୀପରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀ ଅବସରରେ ବିଶ୍ୱର ଦୁଇ ଶକ୍ତିଶାଳୀ ଦେଶ ଆମେରିକା। ଜିନପିଙ୍ଗ୍ କହିଛନ୍ତି ଯେ ତାଇଓ୍ବାନ ହେଉଛି ଏକ ଚରମ ରେଖା, ଆମେରିକା ଏହାକୁ ଅତିକ୍ରମ କରିବା ଉଚିତ ନୁହେଁ। ସେହିପରି ବାଇଡେନ କହିଛନ୍ତି ଯେ, ତାଇଓ୍ବାନକୁ ଆମେରିକା ସୁରକ୍ଷା ପ୍ରଦାନ କରିବ। ତାଇଓ୍ବାନ ପ୍ରତି ଚୀନ ଦେଖାଉଥିବା ଆକ୍ରାମକ ଆଭିମୁଖ୍ୟ କେବେହେଲେ ଗ୍ରହଣୀୟ ନୁହେଁ। ଚୀନର ଏପରି କାର୍ଯ୍ୟ କେବଳ ତାଇଓ୍ବାନ ପ୍ରଣା​ଳୀ ନୁହେଁ, ସମଗ୍ର ବିଶ୍ୱର ଶାନ୍ତି ଓ ସ୍ଥିରତାକୁ ବ୍ୟାହତ କରୁଛି ବୋଲି ବାଇଡେନ ଜଣାଇଦେଇଛନ୍ତି। ତାଇଓ୍ବାନ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରମୁଖ୍ୟ ମୁହାଁମୁହିଁ ହୋଇଥିବାବେଳେ ୟୁକ୍ରେନ ପ୍ରସଙ୍ଗରେ ଏକମତ ହେବା ପରି ଲାଗିଥିଲା। ୟୁକ୍ରେନ ଉପରେ ରୁଷ ପରମାଣୁ ବୋମା ପକାଇବା ଉଚିତ ନୁହେଁ ବୋଲି ଉଭୟ ଏକମତ ହୋଇଛନ୍ତି। ହ୍ୱାଇଟ୍ ହାଉସ୍ ବିବୃତ୍ତିରେ କୁହାଯାଇଛି ଯେ ସି ଏବଂ ବାଇଡେନ ଏକମତ ହୋଇଛନ୍ତି ଯେ ପରମାଣୁ ଯୁଦ୍ଧ କଦାପି ଲଢିବା ଉଚିତ୍ ନୁହେଁ , କାରଣ ଏହାକୁ କେହି କେବେ ବି ଜିତିପାରିବେ ନାହିଁ। ରୁଷକୁ ସମର୍ଥନ ସତ୍ତ୍ୱେ ଚୀନ୍ ୟୁକ୍ରେନରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇ ନାହିଁ, ଫଳରେ ଏଥିପାଇଁ ରୁଷ ମସ୍କୋ ଇରାନ ଏବଂ ଉତ୍ତର କୋରିଆ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛି।

Share Now:

Kalinga News Beuro

Next Post

୮୦୦ କୋଟି ଛୁଇଁଲା ବିଶ୍ୱର ର ଜନସଂଖ୍ୟା

Mon Nov 14 , 2022
ନୂଆଦିଲ୍ଲୀ : ସମଗ୍ର ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁଛି । ଏ ନେଇ ମିଳିତ ଜାତିସଂଘ ଔପଚାରିକ ଭାବେ ଘୋଷଣା କରିଛି। ବିଶ୍ୱର କିଛି ଅଂଶରେ ନଭେମ୍ବର ୧୫ ଆରମ୍ଭ ହୋଇଗଲାଣି , ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁଛି ବୋଲି ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି। ମାନବ ଇତିହାସରେ ଏହା ଏକ ମାଇଲଖୁଣ୍ଟ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟରେସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି […]
୮୦୦ କୋଟି ଛୁଇଁଲା ବିଶ୍ବର ଜନସଂଖ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial