ଚୀନରେ ୪୨ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ : ହୁତୁହୁତୁ ହୋଇ ଜଳିଉଠିଲା

୪୨ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଚୀନର ଚାଙ୍ଗଶା ସହରରେ ୪୨ ମହଲା ବିଶିଷ୍ଟ ବିଲ୍ଡିଂରେ ଆଜି ହୋଇଛି ଭୟଙ୍କର ଅଗ୍ନିକାଣ୍ଡ। ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡରେ କାହାର ମୃତାହତ ଖବର ସାମ୍ନାକୁ ଆସିନାହିଁ। ଘଟଣାସ୍ଥଳରୁ ଅଧିକ ମାତ୍ରାରେ ଧୂଆଁ ବାହାରିବା ସହ ଅନେକ ମହଲା ଜଳିଯାଇଛି। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ରିପୋର୍ଟରେ କୁହାଯାଇଛି କି, ନିଆଁ ଯୋଗୁଁ ଉଚ୍ଚତମ ଫ୍ଲୋରଗୁଡ଼ିକ ଜଳିପୋଡି ପାଉଁଶ ହୋଇଯାଇଛି। ଏହି ବିଲ୍ଡିଂରେ ରାଜ୍ୟର ସ୍ୱାମିତ୍ୱ ଥିବା ଦୁରସଞ୍ଚାର କମ୍ପାନୀ ଚାଇନା ଟେଲିକମର ଅଫିସ ମଧ୍ୟ ଥିଲା। ଏବେ ସୋସିଆଲ ମିଡିଆରେ ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି। ହୁନାନର ଅଗ୍ନିଶମ ବାହିନୀ କହିଛି କି, ପ୍ରାରମ୍ଭିକ ଯାଞ୍ଚରେ ଜଣାପଡିଛି କି ୪୨ ମହଲା ବିଲ୍ଡିଂର ବାହାରେ ନିଆଁ ଲାଗିଛି। ବର୍ତ୍ତମାନ ସୁଦ୍ଧ ନିଆଁକୁ ଆୟତ୍ତ କରାଯାଇଛି ଓ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

Share Now:

Kalinga News Beuro

Next Post

ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ମୋଦୀ-ପୁଟିନ ସାକ୍ଷାତ

Fri Sep 16 , 2022
ସମରକନ୍ଦ : ଉଜବେକିସ୍ତାନର ସମରକନ୍ଦଠାରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏଠାରେ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସାକ୍ଷାତ ହୋଇଛି। ଏହି ଅବସରରେ ପୁଟିନ ମୋଦୀଙ୍କୁ କହିଥିଲେ, ୟୁକ୍ରେନ […]
ମୋଦୀ-ପୁଟିନ ସାକ୍ଷାତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial