ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ସହାୟତା କରିବାକୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ

ବିପର୍ଯ୍ୟୟରେ ସହାୟତା କରିବାକୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ

ଲଣ୍ଡନ୍‌: ଉତ୍ତରାଖଣ୍ଡରେ ଭାସମାନ ତୁଷାରଖଣ୍ଡ (ଗ୍ଲାସିଆ) ଧସିପଡ଼ିବାଜନିତ ବନ୍ୟା ବିତ୍ପାତ ଘଟଣାରେ ଭାରତକୁ ସାହାଯ୍ୟ କରିବା ଲାଗି ରବିବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି। ଟୁଇଟ୍‌ କରି ଜନ୍‌ସନ୍‌ କହିଛନ୍ତି, ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟାଜନିତ ଅଘଟଣରେ ଭାରତକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଇଂଲଣ୍ଡ୍‌ ପ୍ରସ୍ତୁତ। ସେ ଲେଖିଛନ୍ତି, ଉତ୍ତରାଖଣ୍ଡରେ ତୁଷାରଖଣ୍ଡ ଧସି ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ମୁକାବିଲା କରୁଥିବା ଉଦ୍ଧାରକାରୀ କର୍ମୀ ଓ ଭାରତବାସୀଙ୍କ ପ୍ରତି ସମବେଦନା ଜଣାଉଛି।

ଭାରତକୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଇଂଲଣ୍ଡ୍‌ ପ୍ରସ୍ତୁତ। ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌ ଏବଂ ଭାରତରେ ନିଯୁକ୍ତ ଜାପାନର ରାଷ୍ଟ୍ରଦୂତ ସାତୋଷି ସୁଜୁକିଙ୍କ ସମେତ ବିଶ୍ୱ ନେତୃବୃନ୍ଦ ମଧ୍ୟ ତୁଷାରଖଣ୍ଡ ଧସିବା ଘଟଣାରେ ମୃତବ୍ୟକ୍ତିଙ୍କ ପ୍ରତି ଶୋକ ବ୍ୟକ୍ତ କରିଛନ୍ତି। ଟୁଇଟ୍‌ କରି ମାକ୍ରୋନ୍‌ ଲେଖିଛନ୍ତି, ଉତ୍ତରାଖଣ୍ଡ ପ୍ରଦେଶରେ ତୁଷାରଖଣ୍ଡ ଧସି ୧୦୦ ବ୍ୟକ୍ତି ନିଖୋଜ ହୋଇଯିବା ଅଘଟଣରେ ଫ୍ରାନ୍‌ସ୍‌ ଭାରତକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ। ନିଖୋଜ ବ୍ୟକ୍ତିମାନଙ୍କ ପ୍ରତି ଏବଂ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଆମର ସମବେଦନା ଜଣାଉଛୁ। ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ୍‌ କହିଛନ୍ତି ଯେ, ୧୨୫ଜଣ ବ୍ୟକ୍ତି ନିଖୋଜ ହୋଇଥିବା ଆମେ ଆକଳନ କରୁଛୁ। ନିଖୋଜମାନଙ୍କ ସଂଖ୍ୟା ଅଧିକ ହୋଇପାରେ।

Share Now:

Kalinga News Beuro

Next Post

ୟୁପିର ୪ ଉଚ୍ଚଶିକ୍ଷିତ ଏଟିଏମ୍‌ ଲୁଟେରା କଟକରେ ଗିରଫ

Tue Feb 9 , 2021
କଟକ: କଟକରେ ଧରାପଡ଼ିଥିବା ୪ଜଣ ଉତ୍ତରପ୍ରଦେଶ କାନପୁରର ଏଟିଏମ୍‌ ଲୁଟେରା ଗ୍ୟାଙ୍ଗ୍‌ ଉଚ୍ଚଶିକ୍ଷିତ। ନୂଆପଡ଼ା ଅଞ୍ଚଳରେ ଏକ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଯୋଜନା ବେଳେ ମଧୁପାଟଣା ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କାନପୁରର ଦିବାକାନ୍ତ ଯାଦବ(୩୪) ଓ ଅମନ୍‌ ବାଜପେୟୀ(୨୭) ବିବିଏର ଛାତ୍ର ହୋଇଥିବାବେଳେ ସୁନିଲ ତ୍ରିପାଠୀ(୩୪) ଏମବିଏ ଛାତ୍ର। ସେହିପରି ହିମାଂଶୁ ଦୁବେ(୨୪) ଜଣେ ଗ୍ରାଜୁଏଟ୍‌। ଏହି ଗ୍ୟାଙ୍ଗ୍‌ ଗୁଗୁଲ୍‌ ମ୍ୟାପ୍‌ ଦେଖି ବିଭିନ୍ନ […]
କଟକରେ ୟୁପିର ଉଚ୍ଚଶିକ୍ଷିତ ଡକାୟତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial