ଡିଏନ୍ ଗ୍ରୁପ୍ ମୁଖ୍ୟଙ୍କୁ ଆୟକର ବିଭାଗର ପଚରାଉଚରା ଜାରି

ଡିଏନ୍ ଗ୍ରୁପ୍ ମୁଖ୍ୟଙ୍କୁ ଆୟକର ବିଭାଗର ପଚରାଉଚରା ଜାରି

ଭୁବନେଶ୍ୱର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗ ଗତ ୫ ତାରିଖ ଠାରୁ ଚଢ଼ଉ ଜାରି ରଖିଛି। ଏହି କ୍ରମରେ ଆୟକର ବିଭାଗର ଏକାଧିକ ଟିମ୍‌ରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀମାନେ ଶନିବାର ଚତୁର୍ଥ ଦିନରେ ମଧ୍ୟ ଚଢ଼ଉ ଜାରି ରଖିଛନ୍ତି। ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ପଚରାଉଚରା କରାଯାଉଛି। ଗ୍ରୁପର ମୁଖ୍ୟ ଜଗଦୀଶ ନାୟକ ଓ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଆୟକର ବିଭାଗ ଅଧିକାରୀ ଡିଏନ୍ ଗ୍ରୁପ୍ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଜେରା କରୁଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ସଂସ୍ଥାର ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ବୁଧବାର ‌ସକାଳୁ ଚଢ଼ଉ ସମୟରେ ଯେତେବେଳେ ଶ୍ରୀ ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିଲା, ଏହି ଘଟଣା ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

Share Now:

Kalinga News Beuro

Next Post

ଭାରତରେ ଲଜିଷ୍ଟିକ୍ସ ହବ୍ ସ୍ଥାପନ କରିବ ଆମେରିକୀୟ ନୌସେନା

Sat Jul 8 , 2023
ନୂଆଦିଲ୍ଲୀ : ଜୁନ ମାସରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବିଭିନ୍ନ ପ୍ରତିରକ୍ଷା ଚୁକ୍ତି ଫଳରେ ଭାରତ ଆମେରିକାର ଏକ ପ୍ରମୁଖ ଅଣ-ନାଟୋ ସହଯୋଗୀ ହୋଇପାରିବ। ଆମେରିକା ଦେଇଥିବା ଏକ ନୂଆ ପ୍ରସ୍ତାବ ଅନୁସାରେ ଭାରତରେ ଆମେରିକୀୟ ନୌସେନା ପାଇଁ […]
ଭାରତରେ ଲଜିଷ୍ଟିକ୍ସ ହବ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial