ଅକାଳି ଦଳର ଯୁବନେତା ବିକ୍ରମଜିତ୍ ମିଡୁଖେରାଙ୍କୁ ଗୁଳିକରି ହତ୍ୟା

ଯୁବ ଅକାଳି ଦଳର ନେତାଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ମୋହାଲି ସେକ୍ଟର-୭୧ ମାର୍କେଟ ନିକଟରେ ଅକାଳୀ ଦଳର ଯୁବ ଅକାଳି ଦଳର ନେତା ବିକ୍ରମଜିତ୍ ମିଡୁଖେରା ଓରଫ ବିକିଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଆଇ-୨୦ କାରରେ ଆସିଥିବା ୪ ଜଣ ଯୁବକ ବିକିଙ୍କୁ ପିଛାକରି ତାଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ଏହା ପରେ ଘଟଣାସ୍ଥଳରେ ହିଁ ବିକିଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଛି। ପୁଲିସ କହିଛି ଯେ, ଶନିବାର ସକାଳେ ବିକି ମିଡୁଖେରା ମତାଉର ଅଞ୍ଚଳରେ ଏକ ସମ୍ପତ୍ତି ଡିଲରଙ୍କ କାର୍ଯ୍ୟାଳୟରେ ଥିବାବେଳେ ଏହି ଘଟଣା ଘଟିଥିଲା। ଖବର ଅନୁଯାୟୀ, ବିକି ମତାଉର ବଜାରରେ ପହଞ୍ଚି ତାଙ୍କ ଧଳା ଏସୟୁଭିରେ ବସିବାକୁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଦୁର୍ବୁତ୍ତମାନେ ୨୦ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ବିକିଙ୍କ ଦେହରେ ୯ ଟି ଗୁଳି ବାଜିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାର ସୂଚନା ପାଇବା ପରେ ଏସଏସପି ସତିନ୍ଦର ସିଂ ଫୋରେନସିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ପୁଲିସ ଘଟଣାସ୍ଥଳ ପାଖାପାଖି ଥିବା ସିସିଟିଭି ଭିଡିଓକୁ ଯାଞ୍ଚ କରୁଛି। ତେବେ ଏପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

Share Now:

Kalinga News Beuro

Next Post

ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲ୍‌ରୁ ଚିକିତ୍ସାଧୀନ କଏଦୀ ଚମ୍ପଟ

Sat Aug 7 , 2021
ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ ପରିସରରେ ଥିବା ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ୍‌ (ଡିସିଏଚ୍‌-୧)ରୁ ଜଣେ ଚିକିତ୍ସାଧୀନ କଏଦୀ ଚମ୍ପଟ ମାରିଛି। ସମ୍ପୃକ୍ତ କଏଦୀର ନାମ ମିର୍ତା ସିଂ(୩୭)। ତାର ଘର ନୟାଗଡ଼ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ପରେ କଏଦୀଙ୍କୁ ଜଗିଥିବା ଜେଲ୍‌ ୱାର୍ଡ଼ର୍‌ଙ୍କ ତରଫରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରିଛି। ଡିସିଏଚ୍‌-୧ରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରି […]
ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲ୍‌ରୁ ଚିକିତ୍ସାଧୀନ କଏଦୀ ଚମ୍ପଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial