ଭାରତରେ ଲଜିଷ୍ଟିକ୍ସ ହବ୍ ସ୍ଥାପନ କରିବ ଆମେରିକୀୟ ନୌସେନା

ଭାରତରେ ଲଜିଷ୍ଟିକ୍ସ ହବ୍

ନୂଆଦିଲ୍ଲୀ : ଜୁନ ମାସରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବିଭିନ୍ନ ପ୍ରତିରକ୍ଷା ଚୁକ୍ତି ଫଳରେ ଭାରତ ଆମେରିକାର ଏକ ପ୍ରମୁଖ ଅଣ-ନାଟୋ ସହଯୋଗୀ ହୋଇପାରିବ। ଆମେରିକା ଦେଇଥିବା ଏକ ନୂଆ ପ୍ରସ୍ତାବ ଅନୁସାରେ ଭାରତରେ ଆମେରିକୀୟ ନୌସେନା ପାଇଁ ଏକ ଲଜିଷ୍ଟିକ୍ସ ହବ୍ ସ୍ଥାପନ କରାଯିବ ବୋଲି ନିକ୍କି ଏସିଆରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ଲଜିଷ୍ଟିକ୍ସ ହବ ନିମନ୍ତେ ଭିତ୍ତିଭୂମି ସ୍ଥାପନ ପାଇଁ ଭାରତକୁ ଆମେରିକା ବୈଷୟିକ ସହାୟତା ପ୍ରଦାନ କରିବ। ଏସବୁ ଭିତ୍ତିଭୂମି ଚେନ୍ନାଇ, ଗୋଆ ଓ ମୁମ୍ବାଇରେ ନିର୍ମାଣ କରାଯିବ। ଏସବୁ ଭିତ୍ତିଭୂମି ପ୍ରସ୍ତୁତ ହେବା ପରେ ଆମେରିକୀୟ ନୌସେନାର ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନର ମରାମତି ଓ ରକ୍ଷଣାବେକ୍ଷଣ ଭାରତରେ ହୋଇପାରିବ।
ଆମେରିକା ଚୀନକୁ ନିଜର ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବେ ଦେଖୁଥିବା ଭବିଷ୍ୟତରେ ଚୀନ ସହ କୌଣସି ପ୍ରକାରର ସଂଘର୍ଷ ହେବା କ୍ଷେତ୍ରରେ ଆମେରିକା ନୌସେନା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ଯୁଦ୍ଧ ଜାହାଜ ଓ ବିମାନ ପାଇଁ ଏକ ଲଜିଷ୍ଟକ୍ସ ହବ ଆବଶ୍ୟକ କରୁଥିଲା। କାରଣ ଏଥିପାଇଁ ଭାରତ ହିଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥିତ। ଏହା ଫଳରେ ଯୁଦ୍ଧଜାହାଜ ଗୁଡ଼ିକୁ ମରାମତି କରିବାକୁ ୟୁରୋପ କିମ୍ବା ଆମେରିକା ଫେରିବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ ଏସବୁ ହବ୍ ସ୍ଥାପନ ହେବା ପରେ ଭାରତ ସାମରିକ ଦୃଷ୍ଟିକୋଣରୁ ନିଜକୁ ସୁଦୃଢ କରିପାରିବ।

Share Now:

Kalinga News Beuro

Next Post

କାର ପରେ ନୂଆ ଇଲେକ୍ଟ୍ରିକ ସାଇକେଲ ଆଣିଲା ଟାଟା

Sat Jul 8 , 2023
ନୂଆଦିଲ୍ଲୀ:ଦେଶରେ ଇଲେକ୍ଟ୍ରିକ୍ ସାଇକେଲ ବା ଇ-ସାଇକେଲର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଇଲେକ୍ଟ୍ରିକ ସାଇକେଲର ଚାହିଦା ବଢ଼ିବାରେ ଲାଗିଛି। ଆଉ ଏସବୁକୁ ନଜରରେ ରଖି ସାଇକେଲ ନିର୍ମାତା ଷ୍ଟ୍ରାଇଡର୍ ଏହାର ନୂତନ ସାଇକେଲ ଜିଟା ପ୍ଲସକୁ ଲଞ୍ଚ କରିଛି। ଉଲ୍ଲେଖ ଥାଉ କି ଟାଟା ଷ୍ଟ୍ରାଇଡର୍ ନାମରେ ଏହାର ଇଲେକ୍ଟ୍ରିକ ସାଇକେଲକୁ ଵିକ୍ରି କରୁଛି। ଏହି ଇଲେକ୍ଟ୍ରିକ୍ ସାଇକେଲରେ ୩୬ ୱାଟ / […]
ଇଲେକ୍ଟ୍ରିକ ସାଇକେଲ ଆଣିଲା ଟାଟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial