୨୭ରେ କାର୍ଯ୍ୟକ୍ଷମ ହେବ ଭାରତୀୟ ବାୟୁସେନାର ୧୮-ନମ୍ବର ସ୍କ୍ଵାର୍ଡନ

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରେ ଭାରତୀୟ ବାୟୁସେନା ନିଜର ୧୮ ନମ୍ବର ସ୍କ୍ଵାର୍ଡନକୁ କୋଏମ୍ବାଟୁରସ୍ଥିତ ସୁଲୁର ଏୟାରଫୋର୍ସ ଷ୍ଟେସନଠାରେ କାର୍ଯ୍ୟକ୍ଷମ କରିବ। ବାୟୁସେନା ମୁଖ୍ୟ ଏୟାର ଚିଫମାର୍ସାଲ ଆରକେଏସ ଭାଦୁରିଆ ଏହାର ଉଦଘାଟନ କରିବେ। ୧୯୬୫ରେ ସ୍ଥାପିତ ଭାରତୀୟ ବାୟୁସେନାର ୧୮ ନମ୍ବର ସ୍କ୍ଵାର୍ଡନର ନାଁ ରଖାଯାଇଛି ଫ୍ଲାଇଙ୍ଗ ବୁଲେଟ୍ସ। ଏହି ସ୍କ୍ଵାର୍ଡନରେ ଏଲସିଏ (ଲାଇଟ କମ୍ବାଟ ଏୟାରକ୍ରାଫ୍ଟ) ରହିିବ। ଏହି ସ୍କ୍ଵାର୍ଡନ ପୂର୍ବରୁ ମିଗ୍‌ ୨୭ ଲଢୁଆ ବିମାନ ଉଡ଼ାଉଥିଲା। ମିଗ୨୭ର ଅବସର ପରେ ଏଥିରେ ଏଲସିଏ ସାମିଲ କରାଯାଇଛି। ଭାରତୀୟ ବାୟୁସେନାର ମୋଟ ସ୍କ୍ଵାର୍ଡନ କ୍ଷମତା ହେଉଛି ୪୨। କିନ୍ତୁ ବାୟୁସେନା ପାଖରେ ଏବେ ୩୩ଟି ସ୍କାର୍ଡନ ଲଢୁଆ ବିମାନ ରହିଛି। ଗୋଟିଏ ସ୍କ୍ଵାର୍ଡନରେ ୧୬ରୁ ୧୮ଟି ଲଢୁଆ ବିମାନ ରହିଥାଏ। ଲଢୁଆ ବିମାନ ଅଭାବ ପୂରଣ କରିବାକୁ ସରକାର ଏବେ ଫ୍ରାନ୍ସରୁ ୩୬ଟି ( ୨ ସ୍କ୍ଵାର୍ଡନ) ରାଫେଲ ବିମାନ ଖରିଦ କରିବାକୁ ଚୁକ୍ତି କରିଛନ୍ତି। ଆସନ୍ତା ଜୁଲାଇମାସରୁ ଏହି ବିମାନଗୁଡ଼ିକର ଯୋଗାଣ ଆରମ୍ଭ ହେବ ଓ ୨୦୨୨ ସୁଦ୍ଧା ସମସ୍ତ ୩୬ଟି ବିମାନ ଭାରତୀୟ ବାୟୁସେନା ହାତକୁ ଆସିବ। କିନ୍ତୁ ଏହି ବିମାନଗୁଡ଼ିକ ଆସିବା ପରେ ମଧ୍ୟ ଆହୁରି ୭ଟି ସ୍କ୍ଵାର୍ଡନ ଲଢୁଆ ବିମାନ ଅଭାବ ରହିବ। ଏହାକୁ ଦୃଷ୍ଟିରେ ରଖି ଭାରତ ୨୦୦ରୁ ଅଧିକ ଏଲସିଏ ଓ ୧୦୦ରୁ ଅଧିକ ମଲଟିରୋଲ ଲଢୁଆ ବିମାନ ଖରିଦ କରିବାକୁ ଯୋଜନା କରୁଛି।

Share Now:

Kalinga News Beuro

Next Post

ପୁଣି ୧୦୩ଜଣ କରୋନା ପଜିଟିଭ୍ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି

Mon May 25 , 2020
ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାଯାଇଛି। କାରଣ ଆଗରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ କେବେ ବି ଚିହ୍ନଟ ହୋଇ ନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial