ଚାଲାଣ ପୂର୍ବରୁ ଦୁଇ ହାତୀଦାନ୍ତ ଜବତ : ୧୧ ଅଭିଯୁକ୍ତ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ ଅଧୀନ ବନଗାଁରୁ ଚାଲାଣ ପାଇଁ ରଖାଯାଇଥିବା ହାତୀଦାନ୍ତକୁ ବନ ବିଭାଗ ଜବତ କରିଛି। ହାତୀଦାନ୍ତ ଚେରାଚାଲାଣ ଅଭିଯୋଗରେ ବନ ବିଭାଗର କର୍ମଚାରୀମାନେ ୧୧ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ୱର ନାୟକ (୫୧), ବିରଜା ମୁଣ୍ଡା (୪୦), ପ୍ରକାଶ ଚନ୍ଦ୍ର ମହାକୁଡ଼ (୪୦), ସୁଗୁଡ଼ା ହେମ୍ବ୍ରମ (୩୪), ରାମଚନ୍ଦ୍ର ପାତ୍ର (୬୧), ପ୍ରୀତିକାନ୍ତ ମହନ୍ତ (୨୭), ରଞ୍ଜନ ମହାନ୍ତ (୪୮), ଦୁଷ୍ମନ୍ତ ପାତ୍ର (୫୮), ବିଦ୍ୟାଧର ପାତ୍ର (୪୮) ପ୍ରମୁଖ।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ହାତୀଦାନ୍ତ ଜବତ କରିବା ପାଇଁ ବନ ବିଭାଗ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା। ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ଗୋଚ୍ଛାୟତଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ବଡ଼ଗାସ୍ଥିତ ରାମେଶ୍ୱର ନାୟକଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ୩କିଲୋ ଓଜନର ହାତୀଦାନ୍ତ ଜବତ ହୋଇଥିଲା। ଚଢ଼ାଉରେ ବନାଞ୍ଚଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମା, ସେତୁ ରଞ୍ଜନୀ ଗମାଙ୍ଗ, ଏସ୍‌ଟିଏସ୍‌ ରିତାଞ୍ଜଳୀ ଶତପଥୀ, ବନପାଳ ପ୍ରଦୀପ କୁମାର ସାହୁ, ବନରକ୍ଷୀ ଅଳିଅଳ ବେହେରା, ଯଶୋଦା ମହାନ୍ତ, ରାଜେଶ ଜ୍ୟୋତିଷି, ବିଶ୍ୱଜିତ ପଣ୍ଡା, ସମୀର ପାତ୍ର, ପ୍ରବୀଣ ଆଚାର୍ଯ୍ୟ, ଗୋବିନ୍ଦ ମହାପାତ୍ର ଓ ଉମେଶ ମହାପାତ୍ର ଥିଲେ।

Share Now:

Kalinga News Beuro

Next Post

ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ : ଯୁବପିଢୀଙ୍କ ପାଇଁ ନବୀନଙ୍କ ୫ ଗ୍ୟାରେଣ୍ଟି

Thu May 23 , 2024
ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ ଭୁବନେଶ୍ୱର: ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ ହେବ। ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ବିଜେଡି ନେତା ଭିକେ ପାଣ୍ଡିଆନ ସୂଚନା ଦେଇଛନ୍ତି। ଭିକେ ପାଣ୍ଡିଆନ କହିଛନ୍ତି ପ୍ରଥମ ଥର ପାଇଁ ୧ ଲକ୍ଷ କୋଟିର ଯୁବ ବଜେଟ ଅଣାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଯୁବବର୍ଗଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial