ନ୍ୟାୟ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡ଼ିତା

ଲୋୟର ପିଏମଜିରେ ଏସିଡ୍ ପୀଡ଼ିତା

ଭୁବନେଶ୍ୱର: ନ୍ୟାୟ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ଏସିଡ୍ ପୀଡ଼ିତାମାନେ ନିରବ ପ୍ରତିବାଦ କରିଛନ୍ତି। କିଏ ପାରିବାରିକ ହିଂସାର ଶିକାର ହୋଇଛି ତ ଆଉ କିଏ ନିଶା ବିରୋଧରେ ସ୍ୱର ଉଠାଇ ଦୁର୍ବୃତ୍ତଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏସିଡ୍ ମାଡ଼ କରି ଦୁର୍ବୃତ୍ତ ଫେରାର ଥିବାବେଳେ ପୁଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ଏସିଡ୍ ପୀଡ଼ିତା। ଏଣେ ବନ୍ଦ ହୋଇ ପଡ଼ିଥିବା ମାମଲାର ଯାଞ୍ଚ କରିବାକୁ ଦାବି କରିଛି ଛାଓଁ ଫାଉଣ୍ଡେସନ୍। ଏହାସହ ଗତ ୧ ତାରିଖରେ ଗ୍ରେଟର ନୋଏଡାରେ ଘଟିଥିବା ଏସିଡ୍ ଆକ୍ରମଣକୁ ନିନ୍ଦା କରିଛି ଛାଓଁ ଫାଉଁଣ୍ଡେସନ୍।

Share Now:

Kalinga News Beuro

Next Post

ଆଉ କେତେ ତଳକୁ ଖସିବ : ନୀତୀଶଙ୍କ ବୟାନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ

Wed Nov 8 , 2023
ନୂଆଦିଲ୍ଲୀ: ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ବାରୋପ କରି ମଙ୍ଗଳବାର ଦିନ ବିଧାନସଭାରେ କହିବା ବେଳେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖୁବ୍‌ ଅରୁଚିକର କଥା କହିପକାଇଥିଲେ। ସଙ୍ଗମ ସମୟରେ ଜଣେ ଶିକ୍ଷିତା ନାରୀ କିଭଳି ପୁରୁଷକୁ ପ୍ରତିରୋଧ କରିପାରିବ ସେ ବିଷୟରେ ନୀତୀଶ ବିଧାନସଭାରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ହେଲେ ଯେଉଁ ଉଦାହରଣ ଦେଇ ସେ ଏହାକୁ ବୁଝାଇଥିଲେ, ତାହା କାହାକୁ ବି ପସନ୍ଦ […]
ଆଉ କେତେ ତଳକୁ ଖସିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial