ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ : ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ

ଭୁବନେଶ୍ୱର: ଖୁବ ଶୀଘ୍ର ଖୋଲିବ ରତ୍ନଭଣ୍ଡାର। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ। ଆଉ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥିବାର ପ୍ରମାଣ ମିଳେ, ତାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କ୍ଷମତାକୁ ଆସିବେ ରତ୍ନଭଣ୍ଡାର ଖୋଲିବାକୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଜ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବିଜେପିର ବିଜୟ ପାଇଁ ଓଡ଼ିଶାବାସୀ ଏବଂ ନେତୃବନ୍ଦଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି। ଏହାପରେ ଜଣେ ସାଧାରଣ କର୍ମୀଠାରୁ ଆରମ୍ଭ କରି ଆଜି ଦିନରେ ମୁଖ୍ୟମନ୍ତ୍ରୀ ଯାଏଁ ନିଜର ସଂଘର୍ଷ କାହାଣୀକୁ ଜନତାଙ୍କ ଆଗରେ ପ୍ରକାଶ କରିଛନ୍ତି ସେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦଳର ଜଣେ ସାଧାରଣ କର୍ମୀ ଭାବେ ସେ ବିଜେପି ପାଇଁ କାମ ଆରମ୍ଭ କରିଥିଲେ। ଏହାପରେ ସରପଞ୍ଚ ଭାବେ ବିଜୟୀ ହୋଇ ନିଜ ପଞ୍ଚାୟତର ସେବା ପାଇଁ ଆଗେଇ ଆସିଲେ। ଏହି ସମୟରେ ଲୋକଙ୍କ ସେବା ହିଁ ତାଙ୍କୁ ଆଗକୁ ବଢିବାକେୁ ସୁଯୋଗ ଦେଇଥିଲା। ଫଳରେ ୨୦୦୦ରେ ସେ ପ୍ରଥମ ଥର ପାଇଁ ବିଧାୟକ ହେଲେ। ଆଜି ରାଜ୍ୟବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ସେବା କରିବାକୁ ସୁଯୋଗ ଦେଇଛନ୍ତି।
ତେବେ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ସ୍ୱପ୍ନ ଦେଖିବଛନ୍ତି ତାକୁ ଓଡ଼ିଶାର ବିଜେପି ଉପରେ ନ୍ୟସ୍ତ ହୋଇଛି। ଏହାକୁ ପୂରଣ କରିବାକୁ ରାଜ୍ୟ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଦୀର୍ଘ ୨୪ ବର୍ଷର ଶାସନ ପରେ ଏକ ପରିିବର୍ତ୍ତନ ଲକ୍ଷ୍ୟ ନେଇ ବିଜେପି କାମ କରୁଥିଲା। ନିର୍ବାଚନରେ ଦଳ ଯୁଦ୍ଧ କ୍ଷେତ୍ରରେ ସୈନିକ ଭାବେ ଲଢି ବିଜୟ ଲାଭ କରିବା ପରେ ଆଜି ସମସ୍ତେ ଏକାଠି ହୋଇ ବିଜୟ ଉତ୍ସବ ପାଳନ କରୁଛୁ। ସଂଘର୍ଷ ପରେ ଏହା ବିଜୟର ଉତ୍ସବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Share Now:

Kalinga News Beuro

Next Post

ଚୀନ-ଫିଲିପାଇନ୍ସ ମୁହାଁମୁହିଁ : ଦକ୍ଷିଣ ଚୀନ ସାଗରରେ ବିମାନବାହୀ ଜାହାଜ ମୁତୟନ କଲା ଚୀନ

Mon Jul 1 , 2024
ବେଜିଂ: ଚୀନ୍ ଓ ଫିଲିପାଇନ୍ସ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ସେପଟେ ଫିଲିପାଇନ୍ସ ଉପକୂଳ ନିକଟରେ ଚୀନ ନିଜର ଦ୍ୱିତୀୟ ବିମାନବାହୀ ଜାହାଜ ‘ଶାନଡୋଙ୍ଗ’କୁ ମୁତୟନ କରିଛି। ଚୀନ୍ ଜାହାଜଟି ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି। ବିବାଦୀୟ ଦକ୍ଷିଣ ଚୀନ୍ ସାଗରର ଏକ ଅଞ୍ଚଳକୁ ଫିଲିପାଇନ୍ସ ଦାବି କରୁଥିବା ବେଳେ ଚୀନ୍ ମଧ୍ୟ ସମାନ ଦାବି କରୁଛି। ଏପରି ସ୍ଥିତିରେ ଚୀନ ଏଭଳି ପଦକ୍ଷେପ ନେଇଛି।ବିମାନବାହୀ […]
ଚୀନ-ଫିଲିପାଇନ୍ସ ମୁହାଁମୁହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial