ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ : ଯୁବପିଢୀଙ୍କ ପାଇଁ ନବୀନଙ୍କ ୫ ଗ୍ୟାରେଣ୍ଟି

ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ହେବ ସୁବର୍ଣ୍ଣ ଯୁଗ

ଭୁବନେଶ୍ୱର: ଆଗାମୀ ୧୦ ବର୍ଷ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ଯୁଗ ହେବ। ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ବିଜେଡି ନେତା ଭିକେ ପାଣ୍ଡିଆନ ସୂଚନା ଦେଇଛନ୍ତି। ଭିକେ ପାଣ୍ଡିଆନ କହିଛନ୍ତି ପ୍ରଥମ ଥର ପାଇଁ ୧ ଲକ୍ଷ କୋଟିର ଯୁବ ବଜେଟ ଅଣାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଯୁବବର୍ଗଙ୍କ ପାଇଁ ୧୦ ବର୍ଷରେ ଏହି ଅର୍ଥ ଖର୍ଚ୍ଚ ହେବ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ରଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ଯୋଜନା କରିଛି । ରାଜ୍ୟର ଯୁବକଙ୍କୁ ବିଶ୍ୱସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି।
ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଏଥିରେ ଯୋଜନା ରହିଛି। ଯୁବପୀଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ବିଜେଡି ସରକାର ଲକ୍ଷ୍ୟ ରଖିଛନ୍ତି । ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇସାରିଛି। ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ମଧ୍ୟ ରୂପାନ୍ତରଣ ହୋଇଛି। ଆଗକୁ ମଧ୍ୟ କଲେଜ ରୂପାନ୍ତରଣ ଜାରି ରହିବ ବୋଲି ସେ କହିଛନ୍ତି। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ଅଧିକ ସୁବିଧା ମିଳିବ। ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପୀଢ଼ିଙ୍କ ସହିତ ରହିଛନ୍ତି। ଯୁବପୀଢ଼ି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ଭିକେ ପାଣ୍ଡିଆନ ଅପିଲ କରିଛନ୍ତି।

Share Now:

Kalinga News Beuro

Next Post

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସିଆରପିଏଫ ଏବଂ କମିସନରେଟ୍ ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ

Thu May 23 , 2024
ଭୁବନେଶ୍ୱର: ମେ’୨୫ରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ପର୍ଯ୍ୟାୟରେ ମତଦାନ କରାଯିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସିଆରପିଏଫ ଏବଂ କମିସନରେଟ୍ ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି।କେଦାରନାଥପଲ୍ଲୀରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବସ୍ତି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଛି ବୋଲି କମିସନରେଟ ପୁଲିସ୍ କହିଛି। ନିର୍ବାଚନକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial