ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳୁଛି। ଦମ୍ପତ୍ତିଙ୍କ ଘର କଟକ କନ୍ଦରପୁରରେ ହୋଇଥିବାବେଳେ ଉଭୟ ସହିଦନଗର ଶାନ୍ତିପଲି ଅଞ୍ଚଳରେ ରହୁଥିଲେ।
ରାଜମିସ୍ତ୍ରୀ ଭାବେ ସ୍ୱାମୀ ଜଣକ କାମ କରୁଥିବାବେଳେ ଗତକାଲି ରାତିରେ ଘରେ ଝଗଡା ହୋଇଥିବା ପଡୋଶୀ କହିଛନ୍ତି। ଝଗଡା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ରେଳଧାରଣାରେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଏବେ ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ କରୁଛନ୍ତି। ତାଙ୍କର ଏକ ଶିଶୁପୁତ୍ର ରହିଛି।

Share Now:

Kalinga News Beuro

Next Post

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିସନରେଟ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା

Mon Jul 24 , 2023
ଭୁବନେଶ୍ୱର: ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସୁଥିବାବେଳେ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ବ୍ଲୁ ବୁକ ଆଧାରରେ ସୁରକ୍ଷା ବ୍ୟବସ୍ଥା ହେଉଛି। ରୁଟଲାଇନ, କାରକେଡ, ଟ୍ରାଫିକ, ପାର୍କିଙ୍ଗ ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୧୨ ଜଣ ଆଡ଼ିସିନାଲ ଡିସିପି, ୨୫ ଜଣ ଏସିପି, ୪୦ […]
ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial