ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିସନରେଟ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା

ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସୁଥିବାବେଳେ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ବ୍ଲୁ ବୁକ ଆଧାରରେ ସୁରକ୍ଷା ବ୍ୟବସ୍ଥା ହେଉଛି। ରୁଟଲାଇନ, କାରକେଡ, ଟ୍ରାଫିକ, ପାର୍କିଙ୍ଗ ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୧୨ ଜଣ ଆଡ଼ିସିନାଲ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟର, ୧୨୦ ସବ-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର, ୩୬ ପ୍ଲାଟୁନ ଫୋର୍ସ ମୁତୟନ ହେବେ।
ଏଥି ସହ ୩ଟି କ୍ୱିକ ରେସପନ୍ସ ଟିମ, ୨ଟି ସ୍ପେଶାଲ ଟାକ୍ଟିକାଲ୍ ଇଉନିଟ ସୁରକ୍ଷାରେ ମୁତୟନ ରହିବେ।୧୬୦ଜଣ ଟ୍ରାଫିକ କର୍ମଚାରୀ ଓ ୧୫୦ ଜଣ ହୋମଗାର୍ଡ ମଧ୍ୟ ମୁତୟନ ରହିବେ। ଏଥିସହ ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ସବୁ ଭେନ୍ୟୁରେ ପ୍ରୋଟୋକଲ ଅନୁସାରେ ସୁରକ୍ଷା ବ୍ୟବସ୍ଥା ହୋଇଛି। ସମସ୍ତ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ରଖାହେଉଛି। ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସଡ଼କ ପଥରେ ରହିଥିବାରୁ ସେଇ ଅନୁସାରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

Share Now:

Kalinga News Beuro

Next Post

ସୈନିକ ସ୍କୁଲ ଅଳିଆଗଦା ଅଡ଼ୁଆ: ‘ଅଳିଆ ଉଠାଅ, ନ ହେଲେ ବନ୍ଦ କରିଦେବୁ’

Mon Jul 24 , 2023
ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ପଛପାର୍ଶ୍ୱରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌)କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଦିନ ପରେ ଦିନ ବିତିଚାଲିଥିଲେ ମଧ୍ୟ ପ୍ରଶାସନ ନିରବ। ବିଏମ୍‌ସିର ସରକାରୀ ଅଧିକାରୀମାନେ ଚୁପ୍‌ ଥିବା ବେଳେ ଜନପ୍ରତିନିଧି ହାତ ଟେକି ଦେଲେଣି। ପରିଣାମ ସ୍ୱରୂପ ଏବେ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ଉପୁଜିଛି। ୫ ଖଣ୍ଡ ଗାଁ ଲୋକେ ଘରୁ ବାହାରିପାରୁ ନାହାନ୍ତି। ଛୋଟ ପିଲା ସ୍କୁଲ ମାଟି ମାଡ଼ିପାରୁ ନାହାନ୍ତି। […]
ସୈନିକ ସ୍କୁଲ ଅଳିଆଗଦା ଅଡ଼ୁଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial