ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯ଼ୋଗ : ଅଭିଯୁକ୍ତ ଗିରଫ

ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଜୈନେକା ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଚନ୍ଦାହାଣ୍ଡି ପୁଲିସ ବାଟପଡା ଗ୍ରାମର ନୃସିଂହ ନାୟକ(୨୪)କୁ ଗିରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ବାଟପଡା ଗ୍ରାମର ନୃସିଂହ ନାୟକ ଆଜକୁ ତିନି ବର୍ଷ ହେବ ଜୈନେକା ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଗତ ୪ ତାରିଖ ସକାଳ ଭୋର ୫ଟା ସମୟରେ ଯୁବତୀ ନୃସିଂହଙ୍କ ଘରକୁ ଯାଇ ମୋତେ ଆଜି ବିବାହ କର ବୋଲି କହିବାରୁ ନୃସିଂହ ଘର ଛାଡି କେଉଁ ଆଡକୁ ଚାଲିଯାଇଥିଲା। ଶେଷରେ ଯୁବତୀ ଗତକାଲି ସନ୍ଧ୍ୟାରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ। ଯୁବତୀଙ୍କ ଏତଲା କୁ ଭିତ୍ତିକରି ଚନ୍ଦାହାଣ୍ଡି ଥାନା କେସ ନମ୍ବର ୬୯/୨୧ ପ୍ରକାରେ ଆଇପିସିର ଧାରା ୩୭୬(୨)(ଏନ)ପ୍ରକାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନୃସିଂହକୁ ଗିରଫ କରି ପଚରାଉଚରା ଜାରି ରଖିବା ସହ ଉଭୟଙ୍କ ଡାକ୍ତରୀ ମାଇନା କରାଇଥିଲେ। ଆଜି ଅଭିଯୁକ୍ତ ନୃସିଂହକୁ ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତକୁ ପ୍ରେରଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ଏସଡିଜି ରିପୋର୍ଟକୁ ନେଇ ରାଜନୀତି କରିବା ଉଚିତ ନୁହେଁ: ଅମର ପଟ୍ଟନାୟକ

Sat Jun 5 , 2021
ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ନୀତି ଆୟୋଗ ତଥ୍ୟ ଗ୍ରହଣର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅମର ପଟ୍ଟନାୟକ। ଏସଡିଜି ଏକ ରାଜନୈତିକ ରିପୋର୍ଟ ନୁହେଁ। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ଅମର ପଟ୍ଟନାୟକ। ସୂଚନାଯୋଗ୍ୟ, ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ […]
ଏସଡିଜି ରିପୋର୍ଟକୁ ନେଇ ରାଜନୀତି କରିବା ଉଚିତ ନୁହେଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial