ଚୀନ୍‌ ଓ ପାକିସ୍ତାନ ସେନା କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବାକୁ ଇସ୍ରୋ ଲଞ୍ଚ୍‌ କରିବ ସାମରିକ ସାଟେଲାଇଟ୍‌

ନୂଆଦିଲ୍ଲୀ: ଆସନ୍ତା କେତେ ମାସ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ କେତେଗୁଡ଼ିଏ ସାମରିକ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବାକୁ ଯାଉଛି। ଏଥିରୁ କେତେକ ସାଟେଲାଇଟ୍‌ ସେନାବହିନୀଙ୍କ ବ୍ୟବହାରରେ ଲାଗିବ। ଏହା ଯୋଗେ ଭାରତୀୟ ସେନାବାହୀନି ଆମ ଦେଶର ସ୍ଥଳ ଓ ଜଳ ସୀମାକୁ ନିରାପଦ ରଖିବାକୁ ପଡ଼ୋଶୀ ଶତ୍ରୁ ସେନାଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବେ। ସେପ୍ଟେମ୍ବର ମାସରେ କେବଳ ଭାରତୀୟ ବାୟୁସେନା ନିମନ୍ତେ ‘ଇସ୍ରୋ ଜିସାଟ୍‌-ସେଭେନ୍‌-ଏ’ ସାଟେଲାଇଟ୍‌ ଏବଂ ବର୍ଷ ଶେଷ ଆଡ଼କୁ ‘ରିସାଟ୍‌-ଟୁଏ’ ନାମକ ଗୋଟିଏ ରିମୋଟ୍‌ ସେନ୍‌ସିଙ୍ଗ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବ। ବିଭିନ୍ନ ସ୍ଥାନରେ ଥିବା ଗ୍ରାଉଣ୍ଡ୍‌ ରାଡାର୍‌ ଷ୍ଟେସନ୍‌, ଏୟାର୍‌ବେସ୍‌ ଏବଂ ଏଡବ୍ଲୁଏସିଏସ୍‌ ଏୟାର୍‌କ୍ରାଫ୍‌ଟ୍‌ ଆଦିକୁ ଇଣ୍ଟର୍‌ ଲିଙ୍କ୍‌ କରାଇବାରେ ବାୟୁସେନାକୁ ସହାୟକ ହେବ ‘ଜିସାଟ୍‌-ସେଭେନ୍‌-ଏ’। ବିଶ୍ୱସ୍ତରୀୟ ସାମରିକ ଅଭିଯାନ ପାଇଁ ମଧ୍ୟ ଏହା ଭାରତୀୟ ବାୟୁସେନାର୍‌ ନେଟ୍‌ଓ୍ଵାର୍କ ଭିତ୍ତିକ ସାମର୍ଥ୍ୟ ବଢ଼ାଇବ। ବର୍ଷ ଶେଷ ଆଡ଼କୁ ଉତ୍‌କ୍ଷେପଣ କରାଯିବାକୁ ଥିବା ‘ରିସାଟ୍‌-ଟୁଏ’ ହେଉଛି ଗୋଟାଏ ଉନ୍ନତ ରିମୋଟ୍‌ ସେନ୍‌ସିଙ୍ଗ୍‌ ସାଟେଲାଇଟ୍‌। ଏହା ଦେଶର ସର୍ଭିଲେନ୍‌ସ୍‌ ଦକ୍ଷତା ବୃଦ୍ଧି କରିବ।

Share Now:

Kalinga News Beuro

Leave a Reply

Next Post

ମୁଣ୍ଡରେ ଆଘାତ ଲାଗିଥିବା ରୋଗୀଙ୍କର ଗୋଡ଼ରେ ଅସ୍ତ୍ରୋପଚାର କଲେ ଦିଲ୍ଲୀ ଡାକ୍ତର

Mon Apr 23 , 2018
ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ‘ସୁଶ୍ରୁତ ଟ୍ରମା ସେଣ୍ଟର୍‌’ର ଜଣେ ଡାକ୍ତର ମୁଣ୍ଡରେ ଆଘାତ ପାଇଥିବା ଜଣେ ରୋଗୀଙ୍କର ଗୋଡ଼ରେ ଅସ୍ତ୍ରୋପଚାର କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ହୋଇ ବିଜେନ୍ଦ୍ର ତ୍ୟାଗୀ ନାମକ ଜଣେ ଲୋକ ମୁଣ୍ଡ ଏବଂ ମୁହଁରେ ସାମାନ୍ୟ ଆଘାତ ପାଇ ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲେ। ସେହି ଓ୍ଵାର୍ଡରେ ସେହି ଦିନ ଗୋଡ଼ ଭାଙ୍ଗି ଭର୍ତ୍ତି ହୋଇଥିଲେ ଅନ୍ୟ ଜଣେ ରୋଗୀ ବୀରେନ୍ଦ୍ର। କିନ୍ତୁ, ସର୍ଜନ୍‌ ଉଭୟ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial