ଆମ୍ବେଦକରଙ୍କ ରଙ୍ଗକୁ ନେଇ ରାଜନୀତି

ଲକ୍ଷ୍ନୌ : ସମ୍ବିଧାନ ପ୍ରଣେତା ଏବଂ ସମାଜ ସଂସ୍କାରକ ଡ଼.ଭୀମରାଓ ଆମ୍ବେଦକରଙ୍କୁ ନେଇ ଏବେ ୟୁପି ରାଜନୀତି ସରଗରମ ହୋଇଉଠିଛି। ନୀଳରଙ୍ଗର କୋର୍ଟ ପିନ୍ଧିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଗେରୁଆ ରଙ୍ଗ ବୋଳିବା ଘଟଣାକୁ ନେଇ ରାଜ୍ୟରେ ଦଳିତ ସମ୍ପ୍ରଦାୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ବିରୋଧ କରି ଉତ୍ତରପ୍ରଦେଶର ବଦାଉନ୍‌ ଜିଲ୍ଲାରେ ଗତକାଲି ବିଜେପି କର୍ମକର୍ତ୍ତାମାନେ ଗେରୁଆ ରଙ୍ଗ କରିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର କୋଟ୍‌କୁ ନୀଳ ରଙ୍ଗରେ ରଙ୍ଗାୟିତ କରାଯାଇଛି। ଏନେଇ ଏକ ଭିଡିଓ ମଧ୍ୟ ଜାରି ହୋଇଛି।
ସୂଚନାନୁଯାୟୀ ଦଳିତ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ରଙ୍ଗ ପରିବର୍ତ୍ତନକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା। ସେମାନେ ଆମ୍ବେଦକରଙ୍କ କୋଟ୍‌କୁ ପୁନଃ ନୀଳ ରଙ୍ଗରେ ରଙ୍ଗାୟିତ କରିବାକୁ ଦାବି କରିଥିଲେ। ଏହା ପୂର୍ବରୁ ମଧ୍ୟ ଆମ୍ବେଦକରଙ୍କ ନାମରେ‘ରାମ୍‌ଜୀ’ ଯୋଡ଼ି ୟୁପି ବିଜେପି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଖୋଦ୍‌ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ରଙ୍ଗକୁ ମଧ୍ୟ ଦଳୀୟ ରଙ୍ଗରେ ରଙ୍ଗାୟିତ କରିବାକୁ ଚେଷ୍ଟା ଚଳାଇଥିବା ବିଭିନ୍ନ ଦଳିତ ଦଳିତ ସଂଗଠନ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଗତ ଏପ୍ରିଲ ୭ ତାରିଖରେ ବଦାଉନ୍‌ର କୁନ୍ଵାରଗାଓଁ ଅଞ୍ଚଳର ଦୁଗ୍ରେୟା ଗ୍ରାମରେ କିଛି ଦୁବୃର୍ତ୍ତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ପରେ ସେଠାରେ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏଥିରେ ଆମ୍ବେଦକରଙ୍କୁ ଗେରୁଆ ରଙ୍ଗର କୋଟ୍‌ ପିନ୍ଧାଯାଇଥିଲା। ଯୋଗୀ ସରକାର ପ୍ରଥମ ଥର ପାଇଁ ଆମ୍ବେଦକରଙ୍କୁ ଏକ ଗେରୁଆ ରଙ୍ଗର କୋଟ୍‌ ପିନ୍ଧାଇ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଅପରପକ୍ଷେ ଆଜି ଏସ୍‌ସି ପ୍ୟାନେଲ ମୁଖ୍ୟ ରାମଶଙ୍କର କାଠାରିଆ କହିଛନ୍ତି ଯେ, ଆମ୍ବେଦକରଙ୍କ ନାମରେ ରାମ୍‌ଜୀ ଯୋଡ଼ିବା ପାଇଁ ସେ ସବୁ ରରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ।

Share Now:

Kalinga News Beuro

Leave a Reply

Next Post

ଟ୍ରମ୍ପ୍‌ଙ୍କ ଯୁଦ୍ଧ ଧମକ:ସିରିଆରେ କ୍ଷେପଣାସ୍ତ୍ର ଆକ୍ରମଣ କରିବ

Thu Apr 12 , 2018
ଡାମାସ୍‌କସ୍‌: ସିରିୟା ସଙ୍କଟକୁ ନେଇ ଦୁଇ ମହାଶକ୍ତି ରୁଷିଆ ଓ ଆମେରିକା ମଧ୍ୟରେ ତିକ୍ତତା ଚରମ ରୂପ ନେଇଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସିରିୟାକୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ରକୁ ବାୟୁ ସୁରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଦ୍ୱାରା ଧ୍ୱଂସ କରିଦେବାକୁ ଧମକ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରୁଷିଆକୁ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି। ସିରିୟାରେ ବସର୍‌ ଅଲ୍‌ ଅସଦ୍‌ ସରକାରକୁ ସମର୍ଥନ କରୁଥିବା ରୁଷିଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial