ମାର୍କେଟ ବିଲ୍ଡିଂରେ ଥମୁନି ବିବାଦ : ନବମ ଦିନରେ ବି ଖୋଲିଲାନି ଦୋକାନ

ମାର୍କେଟ ବିଲ୍ଡିଂରେ ଥମୁନି ବିବାଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାଂଲାଦେଶୀ ଫେରିବାଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାଂଲାଦେଶରୁ ଆସି ଏହି ବ୍ୟବସାୟୀମାନେ ବିନା ପଞ୍ଜୀକରଣରେ ବେପାର ପସରା ମେଳାଉଛନ୍ତି। ଫଳରେ ପଞ୍ଜିକୃତ ଉଠାଦୋକାନୀମାନେ ଶୋଷଣର ଶିକାର ହେଉଛନ୍ତି। ସୂଚନାଯୋଗ୍ୟ, ସ୍ମାର୍ଟସିଟି ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ମାର୍କେଟ ବିଲ୍ଡିଂ ମଙ୍ଗଳବାର ଦିନ ନବମ ଦିନରେ ବି ବନ୍ଦ ରହିଛି। ସ୍ଥାୟୀ-ଉଠାଦୋକାନୀ ବିବାଦ ଶେଷ ହେଉନଥିବା ବେଳେ ବ୍ୟବସାୟ ବନ୍ଦ ପଡ଼ିଛି। ସପ୍ତାହେ ମଧ୍ୟରୁ ପ୍ରାୟ୧୫କୋଟିରୁ ଉର୍ଦ୍ଧ୍ଵ ଟଙ୍କାର କିଣାବିକା ପ୍ରଭାବିତ ହୋଇଥିବା ବେଳେ ଗ୍ରାହକମାନେ ମଧ୍ୟ ମାର୍କେଟ ବିଲ୍ଡିଂକୁ ଆସି ଖାଲି ହାତରେ ଫେରୁଛନ୍ତି। ଦୁଇ ଗୋଷ୍ଠୀର ବିବାଦ ମଧ୍ୟରେ ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଉଠାଦୋକାନୀ ଆଳରେ ବାଲାଂଦେଶୀ, ମିଆଁମାର ଅନୁପ୍ରବେଶକାରୀମାନେ ଏଠାରେ କାୟା ବିସ୍ତାର କରୁଥିବା ଅଭିଯୋଗ ହୋଇଛି। ବିଏମସି ଦ୍ଵାରା କେବଳ ୭୨ଜଣ ଉଠାଦୋକାନୀ ପଞ୍ଜିକୃତ ହୋଇଥିବା କୁହାଯାଉଥିବା ବେଳେ ମାର୍କେଟ ବିଲ୍ଡିଂରେ କିନ୍ତୁ ୨୦୦ରୁ ଉର୍ଦ୍ଧ୍ଵ ଉଠାଦୋକାନୀ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। ବିଏମସି ରାଜସ୍ୱ ଆଦାୟ ନାଁରେ ବାଂଲାଦେଶୀ, ମିଆଁମାର ଅନୁପ୍ରବେଶକାରୀଙ୍କୁ ପ୍ରଶୟ ଦେଉଥିବା ଅଭିଯୋଗ ଆସୁଛି।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ

Tue Jul 25 , 2023
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟା ୬ଟା ୮ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ […]
ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial