ନୂଆଦିଲ୍ଲୀ: ଆଜିକାଲି ସୋସିଆଲ୍ ମିଡିଆରେ ଛୋଟରୁ ଅତି ଛୋଟ କଥା ଭାଇରାଲ୍ ହେବାରେ ଲାଗିଛି। ଲୋକଙ୍କ ଜୀବନରେ ଯାହା ବି ସବୁ ଘଟୁଛି ସେ ସବୁର ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଯାଉଛି। ନିକଟରେ ଦିଲ୍ଲୀ ମେଟ୍ରୋ ଟ୍ରେନ୍ ଭିତରର ଏକ ଭିଡିଓ ଭାଇରାଲ୍ ହୋଇଥିବା କଥା ଆପଣ ଜାଣନ୍ତି। ଭିଡିଓରେ ପ୍ରେମୀଯୁଗଳ ପରସ୍ପରଙ୍କୁ ଚୁମ୍ବନ ଦେଉଥିବାର ଭିଡିଓରେ ଦେଖିବାକୁ ମିଳିଥିଲା। ଏହି ଭିଡିଓଟି ଖୁବ୍ ଜୋର୍ରେ ଭାଇରାଲ୍ ହେବା ପରେ ଦିଲ୍ଲୀ ମେଟ୍ରା ରେଲ୍ କର୍ପୋରେସନ୍ ଯାତ୍ରୀମାନଙ୍କୁ ଏପରି ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ନରହିବାକୁ ନିବେଦନ କରିଛି। ଏହାଛଡ଼ା ଏପରି ଘଟଣା ଘଟିଲେ ପାଖରେ ଥିବା ମେଟ୍ରୋ କର୍ମଚାରୀ କିମ୍ବା ସିଆଇଏସ୍ଏଫ୍ଙ୍କୁ ଅବଗତ କରାଇବାରୁ ମେଟ୍ରୋ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଯାହାଫଳରେ ସର୍ବସାଧାରଣସ୍ଥାନରେ ଏପରି ଅଶ୍ଳୀଳ ବାତାବରଣ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଡିଏମ୍ଆର୍ସି ପକ୍ଷରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି ଯେ ଦିଲ୍ଲୀ ମେଟ୍ରୋ ବ୍ୟବହାର କରିବା ସମୟରେ ଯାତ୍ରୀମାନେ ଦାଇତ୍ୱବାନ ଆଚରଣ ପ୍ରଦର୍ଶନ କରିବା ସହ ସମାଜରେ ଚାଲୁଥିବା ନୀତିକୁ ଗୁରୁତ୍ୱ ଦେବେ ବୋଲି ଆଶା ରଖୁଛୁ।
ଭିଡିଓରେ ଦେଖିବାକୁ ମିଳିଥିଲା ଯେ ମେଟ୍ରୋରେ ଯୁବକ ଜଣକ ବସିଥିବା ବେଳେ ତାଙ୍କ ପ୍ରେମିକା ତାଙ୍କ କୋଳରେ ବସିଥିଲେ। ତେବେ ସେ ଦୁହେଁ ପ୍ରଥମେ ପରସ୍ପରଙ୍କର ନିକଟତର ହୋଇ ତାପରେ ବିନା କୌଣସି ସଂକୋଚରେ ଉଭୟ ଉଭୟଙ୍କୁ ଲିପ୍-ଲକ୍ କିସ୍ କରିଥିଲେ। ତେବେ ଏହି ଭିଡିଓଟିକୁ ପ୍ରେମୀଯୁଗଳଙ୍କ ସାମ୍ନାରେ ବସିଥିବା ସେହି ଟ୍ରେନ୍ ମଧ୍ୟରେ କେହି ଜଣେ ରେକର୍ଡ କରି ତାହାକୁ ଭାଇରାଲ୍ କରି ଦେଇଥିଲେ।
ମେଟ୍ରୋରେ ପ୍ରେମୀ ଯୁଗଳଙ୍କ ଲିପ୍-ଲକ୍ କିସ୍ : ବିବୃତି ଜାରି କଲା ଡିଏମ୍ଆର୍ସି

Share Now: