ନବୀନଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀରେ ମୋଦୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବାବେଳେ ମୋଦୀ କହିଛନ୍ତି ଯେ ଖଣି ଓ କୋଇଲା କ୍ଷେତ୍ରରେ କେନ୍ଦ୍ର ସରକାର ଆଣିଥିବା ସଂସ୍କାରକୁ ନବୀନ ପଟ୍ଟନାୟକ ଓଡ଼ିଶାରେ ଠିକଭାବେ କାର୍ଯ୍ୟକାରୀ କରିଛନ୍ତି। ତେବେ ନବୀନଙ୍କୁ ମୋଦୀ ପ୍ରଥମ ଥର ପାଇଁ ପ୍ରଶଂସା କରିନାହାନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ମୋଦୀ ନବୀନଙ୍କ ପ୍ରଶଂସା କରିଛନ୍ତି। ଗତ ୨୦୨୦ରେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ଓଡ଼ିଶାର କୋଭିଡ ପୋର୍ଟାଲରେ ବିଦେଶ ଫେରନ୍ତା ଭାବେ ପଂଜୀକରଣ କରିବାକୁ ନେଇ ମୋଦୀ ତାଙ୍କ ପ୍ରଶଂସା କରିଥିଲେ। ୨୦୧୯ରେ ଫନି ବାତ୍ୟା ସମୟରେ ଉପକୂଳ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ। ନବୀନ ବାବୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏହି କାମ କରିଥିବାରୁ ସେ ପ୍ରଶଂସା କରିଥିଲେ। ରାଜ୍ୟରେ ବିଜେପି ଓ ବିଜେଡ଼ି ମଧ୍ୟରେ ଆନୁଷ୍ଠାନିକଭାବେ କୌଣସି ମେଣ୍ଟ ନଥିଲେ ବି ସଂସଦରେ ବିଜେଡ଼ି ଅଧିକାଂଶ ସମୟରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଆସୁଛି।

Share Now:

Kalinga News Beuro

Next Post

ପୁଣି ମାଓବାଦୀଙ୍କ ହିଂସା : ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୪ ଯବାନ ଆହତ

Tue Feb 8 , 2022
ମାଲକାନଗିରି: ସୀମାନ୍ତ ଛତିଶଗଡରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଯବାନଙ୍କୁ ଟାର୍ଗେଟ କରିଛନ୍ତି। ଏହି ବିସ୍ଫୋରଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ପ୍ରତିଦିନ ଭଳି ଆଜି ମଧ୍ୟ ୧୫୩ ସିଆରପିଏଫ ବାଟାଲିୟନର ଯବାନ ଚିନ୍ନାକୋଡେଲପାଲ ଅଞ୍ଚଳକୁ ସର୍ଚ୍ଚ ଅପରେସନ କରିବାକୁ ଯାଇଥିଲେ। ଏହି ଜଙ୍ଗଲରେ ପୂର୍ବରୁ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଲ୍ୟାଣ୍ଡମାଇନ […]
ପୁଣି ମାଓବାଦୀଙ୍କ ହିଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial