ପାର୍ବଣ ପାଇଁ ସ୍ବତନ୍ତ୍ର କଟକଣା ଜାରି କଲେ ରାଜ୍ୟ ସରକାର : ମୂର୍ତ୍ତି ଉଚ୍ଚତା ୪ ଫୁଟ ରହିବ

ରାଜ୍ୟରେ କରୋନା

ଭୁବନେଶ୍ବର : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ପାର୍ବଣ ପାଇଁ ଗତ ଅଗଷ୍ଟ ୯ରେ ଜାରି ଗାଇଡଲାଇନ ଲାଗୁ ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏସବୁ ଗାଇଡଲାଇନ ସମ୍ପର୍କରେ ଘୋଷଣା କରି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ଯେ ଆସନ୍ତା କାଲି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଳନ କରାଯାଉଛି। ଲୋକମାନେ ମନ୍ଦିର ଭିତରେ ଭିଡ଼ ନ କରି ଓ କରୋନା କଟକଣାକୁ ମାନି ପାଳନ କରି ନିଜ ପରିବାର ଓ ଗାଁକୁ ସୁରକ୍ଷିତ ରଖିବାକୁ ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଦେଶରେ କରୋନାର ୨ୟ ସଂକ୍ରମଣ ଶେଷ ହୋଇନାହିଁ। ଦେଶରେ ଏବେ ବି ଦୈନିକ ୩୦ରୁ ୪୦ ହଜାର ନୂଆ ଆକ୍ରାନ୍ତ ବାହାରୁଛନ୍ତି। ବିଶେଷକରି କେରଳରେ ସ୍ଥିତି ଚିନ୍ତାଜନକ ରହିଛି। କେରଳରେ ଓନାମ ପରେ ସଂକ୍ରମଣ ବଢିଯାଇଥିଲା।
ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଆଗକୁ ୩ୟ ଲହର ଆସିବା ଆଶଙ୍କା କରାଯାଉଛି। ଏଣୁ ଗତ ଅଗଷ୍ଟ ୯ରେ ଜାରି ଗାଇଡଲାଇନ ଲାଗୁ ରହିବ ବୋଲି ସେ ଘୋଷଣା କରିଛନ୍ତି। ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବାକୁ କେତେକ ପୂଜାକମିଟି ତରଫରୁ ଦାବି କରାଯାଇଥିଲେ ବି ମୂର୍ତ୍ତି ପୂର୍ବପରି ୪ ଫୁଟ ଉଚ୍ଚତା ବିଶିଷ୍ଟ ହେବ ବୋଲି ସେ କହିଛନ୍ତି। ସେହିପରି ଆବଦ୍ଧ ମଣ୍ଡପରେ ବିନା ଦର୍ଶକରେ ମୂର୍ତ୍ତି ପୂଜା କରାଯିବ। ପୂଜା ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ଜଣ ଉପସ୍ଥିତି ରହିବେ। ଏଥିରେ କର୍ତ୍ତା, ପୂଜକ ଓ ସହଯୋଗୀ ରହିବେ। ସମସ୍ତେ କୋଭିଡ କଟକଣା ମାନିବେ। ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ।

Share Now:

Kalinga News Beuro

Next Post

ଟୋକିଓ ପାରା ଅଲମ୍ପିଆନ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Fri Sep 10 , 2021
ଭୁବନେଶ୍ବର : ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାରାବ୍ୟାଡମିଣ୍ଟନ ରେ ଦେଶର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଆଣିଥିବା ପ୍ରମୋଦ ଭଗତ ଦେଶର କ୍ରୀଡ଼ା ଇତିହାସରେ ନିଜର ଛାପ ଛାଡ଼ିଛନ୍ତି। ତାଙ୍କ ସଫଳତା ଅନ୍ୟ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବ। ସମ୍ବର୍ଦ୍ଧନା […]
ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial