କାନ୍ଥ ପଡ଼ି ୨୪ ଛେଳି ମୃତ

ବାରଙ୍ଗ: ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗ ବ୍ଲକ ମୁଣ୍ଡଳି ଗାଁରେ ପଥର କାନ୍ଥ ପଡ଼ି ଉଷାରାଣୀ ବେହେରାଙ୍କର ୨୪ଟି ଛେଳି ମରିଯାଇଛନ୍ତି। ୧୦ ଛେଳି ଚିକିତ୍ସାଧୀନ ଅଛନ୍ତି। ହଠାତ୍‌ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି। ଉକ୍ତ ଘରେ ଉଷାରାଣୀ ୫୦ଟି ଛେଳି ବାନ୍ଧିଥିଲେ। ମୁଣ୍ଡଳି ସରପଞ୍ଚ ଶ୍ରୀକାନ୍ତ ଜେନା ଘଟଣାସ୍ଥଳ ପରିଦର୍ଶନ କରି କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ଜଣଙ୍କ ବିଧବା ଓ ତାଙ୍କର ୪ ଝିଅ ଅଛନ୍ତି। ସେ ଛେଳି ପାଳି ପରିବାର ଚଳାନ୍ତି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଶ୍ରୀମନ୍ଦିରରେ ଦର୍ଶନ ମାଗଣା ହେବ:ଟିକେଟ୍‌ ବ୍ୟବସ୍ଥା ବି ରହିବ

Sun Sep 9 , 2018
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା : ରିପୋର୍ଟ ଦେଲା ରାଜ୍ୟ ସରକାରଙ୍କ ତିନି ଜଣିଆ କମିଟି ନୂଆଦିଲ୍ଲୀ : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଭିତରେ ଓ ବାହାରେ ଧାଡ଼ି ବ୍ୟବସ୍ଥା କରିହେବ। ଲୋକମାନେ ବର୍ତ୍ତମାନ ପରି ମାଗଣା ଦର୍ଶନ କରିପାରିବେ। କିନ୍ତୁ ଟିକେଟ୍‌ ବ୍ୟବସ୍ଥା ବି ରହିବ। ବିଶେଷ କରି ସକାଳ ଓ ସନ୍ଧ୍ୟା ସମୟରେ ଦର୍ଶନ ପାଇଁ ଟିକେଟ୍‌ ନିର୍ଦ୍ଧାରଣ କରାଯିବ। ଟିକେଟ୍‌ କରିଥିବା ଲୋକଙ୍କୁ ଅଲଗା ଧାଡ଼ିରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial