ପୋଲାଭରମ ପ୍ରକଳ୍ପକୁ ନେଇ ବିବାଦ ପ୍ରସଙ୍ଗ : ଏନ୍‌ଜିଟିଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ

ପୋଲାଭରମ ପ୍ରକଳ୍ପକୁ ନେଇ ବିବାଦ ପ୍ରସଙ୍ଗ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ଙ୍କ ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ଗତ ସେପ୍ଟେମ୍ବର ୧୮ ତାରିଖରେ ଏନ୍‌ଜିଟି ଏହି ବିବାଦୀୟ ପ୍ରସଙ୍ଗ ଉପରେ କିଛି ନିର୍ଦ୍ଦେଶ ଦେଇଥିଲେ। ସୂତ୍ର ଅନୁସାରେ, ଗତ ସେ‌େପ୍ଟମ୍ବର ୧୮ ତାରିଖରେ ଏନ୍‌ଜିଟି ୪ ଜଣିଆ ବୈଷୟିକ କମିଟିର ୯ଟି ସୁପାରିଶ ମଧ୍ୟରୁ ୮ଟିକୁ ଗ୍ରହଣ କରିଥିଲେ। ଏଥିସହିତ, ସୁପ୍ରିମକୋର୍ଟକୁ ମାମଲା ସ୍ଥାନାନ୍ତରକୁ ଅଗ୍ରାହ୍ୟ କରିଦେଇଥିଲେ। ଏହି ବିବାଦୀୟ ପ୍ରସଙ୍ଗକୁ ନେଇ ସମ୍ପୃକ୍ତ ରାଜ୍ୟ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ମନରେ ଯେଉଁ ଚିନ୍ତା ରହିଛି ତାହାକୁ ଦୂର କରିବା ପାଇଁ ଆଲୋଚନା କରିବାକୁ ଆନ୍ଧ୍ରପ୍ରଦେଶ ଓ ପୋଲାଭରମ୍‌ ପ୍ରକଳ୍ପ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ, ଆଇନ ବିଶେଷଜ୍ଞଙ୍କ ମତ ହେଉଛି ଏନ୍‌ଜିଟିଙ୍କ ଆଦେଶ ବିରୋଧରେ ରାଜ୍ୟମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ। ରାଜ୍ୟଗୁଡ଼ିକ ମଧ୍ୟ ଏହାର ସମସ୍ତ ଆଇନଗତ ଦିଗ ସମ୍ପର୍କରେ ଆଲୋଚନା କରୁଥିବା ନେଇ ଚର୍ଚ୍ଚା ହେଉଛି। ତେବେ, ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ, ପୋଲାଭରମ ପ୍ରକଳ୍ପ ବିରୋଧରେ ଓଡ଼ିଶାର ଏକାଧିକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି।

Share Now:

Kalinga News Beuro

Next Post

ସଂଘବଦ୍ଧ ଆକ୍ରମଣରେ ୨ ଭାଇ ମୃତ, ୩ ଗୁରୁତର

Wed Nov 11 , 2020
ସମ୍ବଲପୁର : ସଂଘବଦ୍ଧ ଆକ୍ରମଣରେ ଦୁଇ ଭାଇ ମୃତ୍ୟୁବରଣ କରିବା ସହ ୩ ଜଣ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ଘଟଣାଟି ଘଟିଛି ବୁର୍ଲା ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବୁର୍ଲା ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ ୩୦ରୁ ଅଧିକ ଲୋକ ସଂଘବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ସହ ଗୋଟିଏ ପରିବାର ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପରିବାରର ଦୁଇ ଭାଇ […]
ସଂଘବଦ୍ଧ ଆକ୍ରମଣରେ ୨ ଭାଇ ମୃତ, ୩ ଗୁରୁତର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial