ସନ୍ଦେହରେ ଅବିବାହିତା ଝିଅକୁ ହତ୍ୟା କଲେ ବାପା ମା ଓ ପରିବାର ଲୋକେ

ଗଳା ଚିପି ହତ୍ୟା

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର କୌଶାମ୍ବୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପାମାଆ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଅବିବାହିତା ଥିବା ସତ୍ତ୍ବେ ତାଙ୍କ ନିକଟରୁ ପ୍ରେଗ୍ନେନ୍ସି କିଟ୍‌ (ଗର୍ଭ ପରୀକ୍ଷା କିଟ୍) ମିଳିବାରୁ ତାଙ୍କର କାହା ସହ ପ୍ରେମ ସଂପର୍କ ରହିଛି ବୋଲି ସନ୍ଦେହ କରିଥିଲେ ବାପାମାଆ। ସନ୍ଦେହ ଉପୁଜିବା କାରଣରୁ ଯୁବତୀଙ୍କ ବାପା ତାଙ୍କର ୨ ଭାଇଙ୍କ ସହାୟତା ନେଇ ଝିଅର ହତ୍ୟା କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଯୁବତୀଙ୍କୁ ଚିହ୍ନି ନହେବା ପାଇଁ ନୃଶଂସ ବାପାମାଆ ହତ୍ୟା ପରେ ତାଙ୍କ ଶରୀରରେ ଏସିଡି ଢାଳି ଦେଇଥିଲେ। ପୁଲିସ୍‌ ଏବେ ଏହି ଘଟଣାର ପ୍ରାଥମିକ ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନାରୁ ପ୍ରକାଶ ଯେ ତେନ୍‌ ଶାହ ଅଲମାବାଦ ଗ୍ରାମର ବାସିନ୍ଦା ନରେଶ ଫେବୃଆରୀ ୩ ତାରିଖରେ ନିଜ ଝିଅ ହଜି ଯାଇଛି ବୋଲି କହି ଏକ ମାମଲା ରୁଜୁ କରିଥିଲେ। ତା’ପରେ ମଙ୍ଗଳବାର ଦିନ ତାଙ୍କ ଝିଅର ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ଗାଁ ବା‌ହାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ପୁଲିସ୍‌ ପ୍ରଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯୁବତୀଙ୍କୁ ତାଙ୍କ ନିଜ ବାପାମାଆ ହିଁ ହତ୍ୟା କରିଛନ୍ତି। ତେବେ ଏହି ହତ୍ୟାକାଣ୍ଡରେ ନରେଶଙ୍କୁ ତାଙ୍କର ୨ ଭାଇ ସହଯୋଗ କରିଥିଲେ ବୋଲି ଜଣାପଡ଼ିଛି। ନରେଶ ନିଜେ ପୁଲିସ୍‌ ସାମ୍ନାରେ ସ୍ବୀକାର କରିଛି ଯେ ତାଙ୍କ ଝିଅ ଫୋନ୍‌ରେ କାହା ସହ ସବୁବେଳେ କଥା ହେଉଥିଲା। ଦିନେ ତାଙ୍କ ନିକଟରୁ ପ୍ରେଗ୍ନେନ୍ସି କିଟ୍‌ ମିଳିବାରୁ ସେ ତାଙ୍କ ଉପରେ ଖୁବ୍‌ ରାଗି ଯାଇଥିଲେ। ଏହାପରେ ଚରମ ନିଷ୍ପତ୍ତି ନେଇଥିଲେ।

Share Now:

Kalinga News Beuro

Next Post

ଅଧାରେ ଅଟକିଲା ବିନ୍ଦୁସାଗର ଜଳ ନିଷ୍କାସନ ପଥ ଖନନ

Thu Feb 9 , 2023
ପୁରୁଣା ଭୁବନେଶ୍ୱର: ଲୋକ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ଏକାମ୍ରର ତୀର୍ଥ ପୁଷ୍କରିଣୀ ବିନ୍ଦୁସାଗର ଜଳ ନିଷ୍କାସନ ପଥକୁ ଆଜି ଖୋଲାଯିବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲେ ହେଁ କାମ ଅଧାରେ ଅଟକି ଯାଇଛି। ନିଷ୍କାସନ ପଥ ଖନନ କରାଯାଉଥିବା ବେଳେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ ଉପସ୍ଥିତ ନ ରହିବାରୁ କାମ ଅଧାରେ ରହିଗଲା। ତେଣୁ ଅଧୁରା କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା ହେଲେ, ଲୋକ ଅଦାଲତରେ ମାମଲା କରିଥିବା ଆଇନଜୀବୀ ସଞ୍ଜୀବ […]
ଅଧାରେ ଅଟକିଲା ବିନ୍ଦୁସାଗର ଜଳ ନିଷ୍କାସନ ପଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial