କାଂସ୍ୟ ପଦକ ପାଇଁ ଜର୍ମାନୀ ସହିତ ମୁକାବିଲା କରିବ ଭାରତୀୟ ପୁରୁଷ ହକି ଦଳ

ଭାରତୀୟ ପୁରୁଷ ହକି ଦଳ

ଟୋକିଓ : ଭାରତୀୟ ପୁରୁଷ ହକି ଦଳ ଆଜି ବିଶ୍ବ ଚାମ୍ପିଅନ ବେଲଜିୟମଠାରୁ ହାରି ଫାଇନାଲ ଯାଇପାରିନଥିଲେ ବି ପଦକ ଆଶା ଶେଷ ହୋଇନାହିଁ। କାଂସ୍ୟ ବା ବ୍ରୋଞ୍ଜ୍ ପଦକ ଜିତିବାର ବିକଳ୍ପ ଏବେ ବି ଭାରତ ପାଇଁ ଖୋଲା ରହିଛି। ତେବେ ଏଥିପାଇଁ ଭାରତକୁ ଶକ୍ତିଶାଳୀ ଜର୍ମାନୀକୁ ହରାଇବାକୁ ପଡ଼ିବ। ଆଜି ପ୍ରଥମ ସେମିରେ ଭାରତ ବେଲଜିୟମଠାରୁ ୫-୨ରେ ହାରିଯାଇଥିବାବେଳେ ୨ୟ ସେମିରେ ଅଷ୍ଟ୍ରେଲିଆ ଜର୍ମାନୀକୁ ୩-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୫ ତାରିଖରେ ପୁରୁଷ ହକିର ଫାଇନାଲ ଅଷ୍ଟ୍ରେଲିଆ ଓ ବେଲଜିୟମ ମଧ୍ୟରେ ହେବ। ସେହିଦିନ ବ୍ରୋଞ୍ଜ୍ ପଦକ ପାଇଁ ଭାରତ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ। ଜର୍ମାନୀ ୨୦୧୬ ରିଓ ଅଲମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିଲା। ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ବୁଧବାରଦିନ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଭେଟିବ। ଗତ ସୋମବାର ଦିନ ଭାରତୀୟ ମହିଳା ହକି ଦଳ ତିନିଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା।

Share Now:

Kalinga News Beuro

Next Post

ଆସନ୍ତାକାଲି ଠାରୁ ଖୋଲିବ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

Tue Aug 3 , 2021
କଟକ: ଆସନ୍ତାକାଲି ଠାରୁ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି। ସେ କହିଛନ୍ତି, ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମା ଚର୍ଚିକା, ଭଟ୍ଟାରିକା ପୀଠ ଓ ବାବା ଧବଳେଶ୍ବରଙ୍କ ପୀଠ। କୋଭିଡି କଟକଣା ମଧ୍ୟରେ ଏ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖାଯିବାକୁ ଗୁରୁତ୍ବ ଦିଆଯିବ। ତେବେ କଟକ ମହାନଗରରେ ଥିବା ଧର୍ମାନୁଷ୍ଠାନ ଖୋଲିବା […]
କଟକ ଜିଲ୍ଲାର ଧର୍ମାନୁଷ୍ଠାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial