ଆସନ୍ତାକାଲି ଠାରୁ ଖୋଲିବ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ

କଟକ ଜିଲ୍ଲାର ଧର୍ମାନୁଷ୍ଠାନ

କଟକ: ଆସନ୍ତାକାଲି ଠାରୁ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି। ସେ କହିଛନ୍ତି, ଆସନ୍ତାକାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ମା ଚର୍ଚିକା, ଭଟ୍ଟାରିକା ପୀଠ ଓ ବାବା ଧବଳେଶ୍ବରଙ୍କ ପୀଠ। କୋଭିଡି କଟକଣା ମଧ୍ୟରେ ଏ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ମନ୍ଦିର ଭିତରେ ସାମାଜିକ ଦୂରତା ବଜାୟ ରଖାଯିବାକୁ ଗୁରୁତ୍ବ ଦିଆଯିବ। ତେବେ କଟକ ମହାନଗରରେ ଥିବା ଧର୍ମାନୁଷ୍ଠାନ ଖୋଲିବା ନେଇ ସିଏମସି ନିଷ୍ପତ୍ତି ନେବ। କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପୂଜାକମିଟି ସହ ଆଲୋଚନା କରାଯିବା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୩ ମାସରୁ ଅଧିକ ସମୟ ଧରି କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ଥିଲା।

Share Now:

Kalinga News Beuro

Next Post

ସାମ୍ବାଦିକଙ୍କ ନାମରେ ଅଭିଯୋଗ ଆଣିଲେ ଦୂତି

Wed Aug 4 , 2021
ଭୁବନେଶ୍ବର: ଦୁଇଥର ଅଲମ୍ପିକରେ ଭାଗ ନେଇ ଦେଶପାଇଁ ଗୌରବ ଆଣିଥିବା ଓଡିଆ ସ୍ପ୍ରିଂଟର ଦୂତି ଚାନ୍ଦ ଏଥର ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ ଧମକାଇ ଟଙ୍କା ମାଗୁଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦୂତି ଚାନ୍ଦ। ଦୂତି ଚାନ୍ଦ କହିଛନ୍ତି, ‘କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାମ୍ବାଦିକ ମୋ ବାପା, ମା’ଙ୍କ ଉପରେ ଚାପ ପକାଉଛନ୍ତି। ସେମାନଙ୍କୁ ବାଧ୍ୟକରି […]
ସାମ୍ବାଦିକଙ୍କ ନାମରେ ଅଭିଯୋଗ ଆଣିଲେ ଦୂତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial