ମହର୍ଷି କଲେଜ ପକ୍ଷରୁ ଓଡ଼ିଶାର ପ୍ରଥମ ଆଲୁମିନି ସେଲ ଗଠିତ

ମହର୍ଷି କଲେଜ ଆଲୁମିନି

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କୁ ମହର୍ଷି କଲେଜ ଆଲୁମିନି ପକ୍ଷରୁ ମୋ କଲେଜ ସଂଯୋଜିକା ଡକ୍ଟର ନମିତା ପଟ୍ଟନାୟକଙ୍କ ଉପସ୍ଥିତିରେ ସୌଜନ୍ୟ ମୂଳକ ସାକ୍ଷାତ କରାଯାଇଥିଲା। ଏହି ସାକ୍ଷାତ ସମୟରେ ମହର୍ଷି କଲେଜ ପକ୍ଷରୁ ଓଡ଼ିଶାର ପ୍ରଥମ ଆଲୁମିନି ସେଲ ଗଠନ ପାଇଁ ପ୍ରସ୍ତାବ ଦିଆଯିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଗଠନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥିଲା। ଆସନ୍ତା ୫ ଅଗଷ୍ଟରେ ଆଜିକାଲି ଘଟୁଥିବା “ସାଇବର ଅପରାଧ” ସମ୍ପର୍କରେ ଜନସାଧାରଣଙ୍କୁ ଆଭାସୀ ଆଲୋଚନା ମାଧ୍ୟମରେ ସଚେତନ କରାଇବା ପାଇଁ ନିଷ୍ପତ୍ତି ନିଆଗଲା। ଆଜିର ଆଲୋଚନାରେ ମହର୍ଷି କଲେଜ ଆଲୁମିନି ପକ୍ଷରୁ ସଭାପତି ଶ୍ରୀ ଖଗେଶ୍ଵର ରାୟ,ସମ୍ପାଦକ ଶ୍ରୀ ଉମାକାନ୍ତ ମିଶ୍ର,କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ରାଉତ, ଶ୍ରୀ ସୁନୀଲ କୁମାର ଦେ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ବ୍ରହ୍ମକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି : ମଧ୍ୟାହ୍ନ ଭୋଜନରେ ପରଶା ହେଲା ଓଡ଼ିଆ ଖାଦ୍ୟ

Thu Jul 27 , 2023
ଭୁବନେଶ୍ୱର: ବ୍ରହ୍ମକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବେ। ବ୍ରହ୍ମକୁମାରୀ ସଦସ୍ୟଙ୍କ ହାତରନ୍ଧା ଖାଦ୍ୟ ଖାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ଖାଦ୍ୟ। ଭାତ, ଡାଲି, ପାମ୍ପଡ଼, ସଜନା ଶାଗରେ ବଡ଼ି ଜହ୍ନି, କଲାରା ଚିପ୍ସ, ପୋଦିନା ଚଟଣୀ, ସାଲାଡ, ଛତୁ, ପନୀର, ଛୋଲେ, ପୋଟଳ କୁର୍ମା, ଦହିବରା ଭଳି ସ୍ୱତନ୍ତ୍ର ସଂପୂର୍ଣ୍ଣ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା। ସେହିପରି ଛେନାପୋଡ଼ ଏବଂ କ୍ଷୀରି […]
ବ୍ରହ୍ମକୁମାରୀ କେନ୍ଦ୍ରରେ ରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial