୪ ଦେଶୀ ମଦ ବେପାରୀ ଗିରଫ : ସ୍କୁଟି ସହ ୧୪୦ ଲିଟର ଦେଶୀ ମଦ ଜବତ

୪ ଦେଶୀ ମଦ ବେପାରୀ ଗିରଫ

ରାଉରକେଲା: ଦେଶୀ ମଦ କାରବାର ଉପରେ ଅବକାରୀ ପୁଲିସ ଚଢ଼ଉ ଜାରି ରଖିଛି। ଆଜି ଓ ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସମେତ ଲାଠିକଟା ଅଞ୍ଚଳରେ ବ୍ୟାପକ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜିଆବାହାଲର ସୁଶାନ୍ତ ବାଗ, ଗୋପବନ୍ଧୁପଲ୍ଲୀର ଲଳିତ ଧଳ, ଲୋକବରକାନୀର ଝାଲ୍‌ କୁଜୁର ଓ ମନକୋର ଗୁଣ୍ଡାଲା ଏକ୍କା। ଏମାନଙ୍କ ପାଖରୁ ୧୪୦ ଲିଟର ଦେଶୀ ମଦ ସହ ମଦ ଚୋରାଚାଲାଣରେ ବ୍ୟବହୃତ ଏକ ସ୍କୁଟି( ଓଡି-୧୪-ଟି-୫୯୫୩) ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବିଭାଗର ଅନ୍ୟ ଅଧିକାରୀ, ଅବକାରୀ ମୋବାଇଲ ସ୍କ୍ବାର୍ଡ କର୍ମଚାରୀ ସାମିଲ ଥିଲେ।

Share Now:

Kalinga News Beuro

Next Post

‘ପୁଲିସ୍‌ ମିତ୍ର’ର ଭାଇ ନିଶାମାଫିଆ

Sun Aug 14 , 2022
୨୧୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ ଭୁବନେଶ୍ବର: ଭୁବନେଶ୍ବର ଅବକାରୀ ବିଭାଗ ଆଜି ବାପୁଜୀନଗରସ୍ଥିତ କେଦାରପଲ୍ଲୀ ବସ୍ତିରୁ ଜଣେ ଅଭ୍ୟାସଗତ ନିଶା ମାଫିଆକୁ ପୁଣିଥରେ ଗିରଫ କରିଛି। ସେ ହେଲା, ଉକ୍ତ ବସ୍ତିର ଟୁନା ନାୟକ। ଅବକାରୀ ବିଭାଗ ଟୁନା ପାଖରୁ ୨୧୭ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୨୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, […]
‘ପୁଲିସ୍‌ ମିତ୍ର’ର ଭାଇ ନିଶାମାଫିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial