ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ

ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ

ସୁବର୍ଣ୍ଣପୁର : ୧୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ନବକିଶୋର ବେହେରା। ଭିଜିଲାନ୍ସ ବିଭାଗ ସୂତ୍ରରୁ ପ୍ରକାଶଯେ ଭିବିଡି ଟେକନିକାଲ ସୁପରଭାଇଜର ବିଦ୍ୟୁତ ପ୍ରକାଶ ଖମାରି,କୃଷ୍ଣ ଚନ୍ଦ୍ର ନାଏକ,ପ୍ରଦୀପ ସାହୁ,ଅଜିତ ହୋତାଙ୍କ ଦକ୍ଷତା ରିପୋର୍ଟ ଅଧିକ ଉନ୍ନତ କରି ରିପୋର୍ଟ ଦେବା ପାଇଁ ଡା ବେହେରା୧୬ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବିଦ୍ୟୁତ ପ୍ରକାଶ ଖମାରୀଙ୍କଠାରୁ ଆଜି ନିଜ କାର୍ଯ୍ୟାଳୟରେ୧୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା। ଏହାପରେ ଆୟଭିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଡା ଶ୍ରୀ ବେହେରାଙ୍କ ଡୁଙ୍ଗୁରିପାଲି ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ସମ୍ବଲପୁର, ବରଗଡ଼,ବଲାଙ୍ଗୀର ସୋନପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

Share Now:

Kalinga News Beuro

Next Post

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ହତ୍ୟା ମାମଲା: ବଳଙ୍ଗାରୁ ଧରାପଡ଼ିଲା ମାଲିକ କୀର୍ତ୍ତି

Tue Sep 14 , 2021
ହତ୍ୟାକାଣ୍ଡ ପରେ ପଳାଇଥିଲା ରାଉରକେଲା, କାର୍‌ ଭିତରେ ରହୁଥିଲା, ଶୋଉଥିଲା ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ପାଣ୍ଡରା ନିକଟରେ ‘କୃପା ଫାଉଣ୍ଡେସନ’ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା ମାମଲାର ୩୮ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲା ନିଶା ନିବାରଣ କେନ୍ଦ୍ରର ମାଲିକ ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁର ଅଞ୍ଚଳର କୀର୍ତ୍ତି କୁମାର ତ୍ରିପାଠୀ। ତା’ ନିକଟରୁ ନିଶା ନିବାରଣ […]
କୀର୍ତ୍ତି କୁମାର ତ୍ରିପାଠୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial