ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଭଗବାନ ରାମଙ୍କ ବିଗ୍ରହ : ମୋହନ ଭାଗବତ

ପ୍ରତିଷ୍ଠା ହେବ ଭଗବାନ ରାମଙ୍କ ବିଗ୍ରହ

ନୂଆଦିଲ୍ଲୀ: ଜାନୁଆରି ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ବିଗ୍ରହ (ମୂର୍ତ୍ତି) ସ୍ଥାପନ କରାଯିବ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର କହିଛନ୍ତି। ନାଗପୁରରେ ଆରଏସଏସ୍ ଦଶହରା ରାଲିକୁ ସମ୍ବୋଧିତ କରି ଭାଗବତ ଏହି ଅବସରରେ ଦେଶର ବିଭିନ୍ନ ମନ୍ଦିରରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲୋକଙ୍କୁ କହିଛନ୍ତି। ଆସନ୍ତା ବର୍ଷ ଜାନୁଆରିରେ ଏହା ଉଦ୍‌ଘାଟନ ହେବାକୁ ସମୟ ନିର୍ଦ୍ଧାରିତ ହୋଇଛି। ତେଣୁ ସମୟସୀମା ପୂର୍ବରୁ କାର୍ଯ୍ୟ ସଂପୂର୍ଣ୍ଣ ପୂରଣ କରିବା ପାଇଁ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶନିବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାର ରାମ ଜନ୍ମଭୂମି ପରିସର ପରିଦର୍ଶନ କରି ଚାଲିଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଅବସରରେ ସେ ହନୁମାନଗଡ଼ୀ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ।
ଇତିମଧ୍ୟରେ ଦୀପୋତ୍ସବ ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେଉଁଥିରେ ‘ରାମ କି ପୈରୀ’ରେ ୨୪ ଲକ୍ଷ ଦୀପ ପ୍ରଜ୍ୱଳନ କରାଯିବ ଏବଂ ଦୀପାବଳି ଅବସରରେ ଏକ ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ସୋ’ର ଆୟୋଜନ କରାଯିବ। ଅଯୋଧ୍ୟାରେ ଦୀପୋତ୍ସବ ପରମ୍ପରା ୨୦୧୭ରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ ସହିତ ଆରମ୍ଭ ହୋଇଥିଲା।
୨୦୧୭ରେ ୫୧,୦୦୦ ଦୀପ ପ୍ରଜ୍ୱଳିତ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୪.୧୦ ଲକ୍ଷ, ୨୦୨୦ରେ ୬ ଲକ୍ଷରୁ ଅଧିକ ଏବଂ ୨୦୨୧ରେ ୯ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳିତ ହୋଇ ଗିନିଜ୍‌ ୱାର୍ଲ୍‌ଡ ରେକର୍ଡ ସୃଷ୍ଟି କରଥିଲା। ୨୦୨୨ରେ ରାମ କି ପୈରୀ ଘାଟରେ ୧୭ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳିତ ହୋଇଥିଲା, କିନ୍ତୁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲ୍‌ଡ ରେକର୍ଡ କେବଳ ସେହି ଦୀପଗୁଡ଼ିକୁ ବିଚାରକୁ ନେଇଥିଲା, ଯାହା ପାଞ୍ଚ ମିନିଟ୍‌ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜଳି ରହିଥିଲା ଏବଂ ରେକର୍ଡ ୧୫.୭୬ ଲକ୍ଷ ଥିଲା।

Share Now:

Kalinga News Beuro

Next Post

ସରିଲା ଶାରଦୀୟ ଦୁର୍ଗାପୂଜା : ଦଶ'ରାରେ ରାବଣ ‌ପୋଡ଼ିର ଆୟୋଜନ, ଅକ୍ଟୋବର ୨୫ରେ ଭସାଣ

Tue Oct 24 , 2023
ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ମଙ୍ଗଳବରା ରାତିରେ ସଂପନ୍ନ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି। ଭୁବନେଶ୍ୱର, ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ର ସୋହେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଛି। ଦଶହରା ଅବସରରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କୁ ଦିନସାରା ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ଦର୍ଶକମାନେ ରାବଣ ପୋଡ଼ିର ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି। ବାଣ ଓ ଆତାସବାଜୀର ଶବ୍ଦକୁ ଆଖି ଆଗରେ ଦେଖି […]
ସରିଲା ଶାରଦୀୟ ଦୁର୍ଗାପୂଜା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial