ଆଡ଼ପ ମଣ୍ଡପରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ କରିବେ ସାଧାରଣ ଭକ୍ତ

ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ

ପୁରୀ : ଶ୍ରୀଜିଉମାନେ ଏବେ ରତ୍ନବେଦି (ଆଡ଼ପ ମଣ୍ଡପ)ରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ସମାଗମ ହେଉଛି। ଭକ୍ତମାନେ ଦୀର୍ଘ ସମୟ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଦର୍ଶନକୁ ଶୃଙ୍ଖଳିତ କରିବାପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାରିକେଡ୍‌ କରାଯାଇଛି। ଏହାରି ମଧ୍ୟରେ ପ୍ରଶାସନ ପକ୍ଷରୁ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ୨୭ ତାରିଖ ଦିନ ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ। ଅର୍ଥାତ ଆସନ୍ତା ‌ମଙ୍ଗଳବାର ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାହୁଡ଼ାଯାତ୍ରା ପ୍ରସ୍ତୁତି ପାଇଁ ୨୭ ତାରିଖ ସନ୍ଧ୍ୟା ୫ଟା ପରଠାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିଦିନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଦର୍ଶନ ଜାରି ରହିବ।
ଶନିବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିବସ ଅର୍ଥାତ ହେରାପଞ୍ଚମୀରେ ମା’ ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସିବାର ପରମ୍ପରା ରହିଛି। ହେରା ପଞ୍ଚମୀରେ ମା’ ଆସିଲା ବେଳେ ଅଭିମାନରେ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଫେରିଥାନ୍ତି। ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ରରେ ଆସନ୍ତା ୨୮ ତାରିଖରେ ଶ୍ରୀଜିଉମାନଙ୍କର ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଶାନ୍ତିପୂର୍ଣ୍ଣ ଭାବେ ବାହୁଡ଼ାଯାତ୍ରା ସଂପର୍ଣ୍ଣ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପରେ ଫୋର୍ସ ମୁତୟନ ହେବେ। ସେହିପରି ବାହୁଡ଼ାଯାତ୍ରା ପାଇଁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।

Share Now:

Kalinga News Beuro

Next Post

ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଦ୍ୱିପାକ୍ଷିକ ଆଲୋଚନା ସହ ଅଲ୍‌-ହକିମ୍‌ ମସ୍‌ଜିଦ୍‌ ପରିଦର୍ଶନ କରିବେ

Sat Jun 24 , 2023
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ‘ଷ୍ଟେଟ୍‌ ଭିଜିଟ୍‌’ ଶେଷ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ‘ଷ୍ଟେଟ୍‌ ଭିଜିଟ୍‌’ରେ ଇଜିପ୍ଟ ଯାଇଛନ୍ତି। ଏହା ହେଉଛି ଇଜିପ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଗସ୍ତ। ରା‌ଷ୍ଟ୍ରପତି ଅବ୍‌ଦେଲ୍‌ ଫତା ଏଲ୍‌-ସିସିଙ୍କ ଆମନ୍ତ୍ରଣକ୍ରମେ ସେ ଇଜିପ୍ଟ ଗସ୍ତରେ ଯାଇଛନ୍ତି। ୧୯୯୭ପରେ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଇଜିପ୍ଟ ଗସ୍ତ କରିବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଆଜି ସନ୍ଧ୍ୟା ୬.୧୫ରେ ପ୍ରଧାନମନ୍ତ୍ରୀ ମୋଦୀ […]
ଇଜିପ୍ଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial