ଫେରିଲେ ପ୍ରଭୁ : ସିଂହଦ୍ୱାର ସମୁଖରେ ତିନିରଥ

ଫେରିଲେ ପ୍ରଭୁ

ପୁରୀ: ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ମହାବାହୁ। ନଅ ଦିବସୀୟ ଯାତ୍ରା ଶେଷ କରି ଶ୍ରୀଜିଉମାନେ ଫେରିଛନ୍ତି। ବାହୁଡା ଯାତ୍ରା ସମୟରେ ପୁରୀରେ ବର୍ଷା ହୋଇଛି। ତିନି ରଥଙ୍କୁ ଆନନ୍ଦରେ ଟାଣି ନେଇଛନ୍ତି ସେବାୟତମାନେ। ଏହି ସମୟରେ ବଡଦାଣ୍ଡରେ କୋଭିଡ କଟକଣା ଜାରି ରହିଛି। ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଯଥାକ୍ରମେ ସିଂହଦ୍ୱାର ସମୁଖରେ ପହଞ୍ଚିଛି। ପ୍ରଥମେ ବଳଭଦ୍ର ତାଳଧ୍ୱଜରେ ସିଂହଦ୍ୱାର ସମୁଖରେ ପହଞ୍ଚିଥିଲେ। ଦ୍ୱିତୀୟରେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ ପହଞ୍ଚିଥିଲା। ଶେଷରେ କାଳିଆ ଠାକୁର ନନ୍ଦିଘୋଷରେ ସିଂହଦ୍ୱାର ସମୁଖରେ ପହଞ୍ଚିଥିଲେ। ତିନିଟ ରଥ ସିଂହଦ୍ୱାର ସମୁଖରେ ଲାଗିଲା ପରେ ଶତାଧିକ ସେବାୟତ ଗୀତଗୋବିନ୍ଦ ଏକସ୍ୱରରେ ଗାନ କରିଛନ୍ତି।

Share Now:

Kalinga News Beuro

Next Post

ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ: ଅଳ୍ପକେ ବର୍ତ୍ତିଲେ ବିଧାୟକ

Tue Jul 20 , 2021
ଗୁଳିବିନିମୟରେ ଜଣେ ଯବାନ ସହିଦ,୨ ଜଣ ଗୁରୁତର ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନାରାୟଣପୁର ବିଧାୟକଙ୍କ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି। ତେବେ ଏହି ନକ୍ସଲ ଆକ୍ରମଣରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ। କିନ୍ତୁ ଏହି ଗୁଳିବିନିମୟରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ ନାରାୟଣପୁର ବିଧାୟକ ଚନ୍ଦନ କଶ୍ୟପ ନିଜର କର୍ମୀଙ୍କୁ […]
ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial