ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: କୋଭିଡ କଟକଣା ଭିତରେ ଜାଗର ପାଳନ ହେଉ

ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଆଗାମୀ ୧୧ ତାରିଖରେ ଭୁବନେଶ୍ୱରର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି କରାଯାଇଛି। ଜାଗର ଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ ମନ୍ଦିରର ୩ ସେବାୟତ ନିଯୋଗ ସହ ପୁଲିସ ପ୍ରଶାସନ ବୈଠକ କରିଛି। ଏଥିରେ କୋଭିଡ କଟକଣା ଭିତରେ କିଭଳି ଜାଗର ଯାତ୍ରା ଅନୁଷ୍ଠିତ ହେବ ସେଥିପାଇଁ ଆଲୋଚନା ହୋଇଛି। ଶୃଙ୍ଖଳାରେ କିଭଳି ଭକ୍ତ ଦର୍ଶନ କରିବା ସହ ଦୀପ ଜାଳିବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଛି। ତେବେ ଭକ୍ତମାନେ ଏକତ୍ର ବସି ଦୀପ ଜାଳିବେ ନାହିଁ। ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣକୁ ଧ୍ୟାନ ଦିଆଯିବ। ରାତି ୧୦ଟାରେ ମହାଦୀପ ଉଠିବା ଆଗରୁ ଭକ୍ତମାନେ କିଭଳି ମନ୍ଦିର ପରିସରରୁ ବାହାରକୁ ବାହାରି ଆସିବେ ସେଥିପାଇଁ ବି ବ୍ୟବସ୍ଥା କରାଯିବ।

Share Now:

Kalinga News Beuro

Next Post

ମହାବିନାୟକ ପୀଠରେ ୧୪୪ ଧାରା ଜାରି

Sun Mar 7 , 2021
ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଚଣ୍ଡିଖୋଲ ଠାରେ ଥିବା ମହାବିନାୟକ ପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ମହାଶିବରାତ୍ରୀ ପାଇଁ ଏହି ପୀଠରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। କରୋନା କଟକଣା ପାଇଁ ଏଠାରେ ଭକ୍ତଙ୍କ ସମାଗମ ନିୟନ୍ତ୍ରଣ କରିବାକୁ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର […]
ମହାବିନାୟକ ପୀଠରେ ୧୪୪ ଧାରା ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial