ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାର ତଦନ୍ତ ଶେଷ: ହତ୍ୟାକାଣ୍ଡକୁ ବି ଦୁର୍ଘଟଣା କରିପାରନ୍ତି କ୍ରାଇମବ୍ରାଞ୍ଚ

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା

ଡିଏଫ୍‌ଓଙ୍କୁ କ୍ରାଇମବ୍ରାଞ୍ଚର କ୍ଲିନ୍‌ଚିଟ୍‌,ସୌମ୍ୟ ଜଳୁଥିବା ବେଳେ ବିଦ୍ୟାଭାରତୀ ଦେଖୁଥିଲେ

କଟକ : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ନୁହେଁ, ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ। ସୌମ୍ୟରଞ୍ଜନ କିଛି କାଗଜ କିରୋସିନ୍ ଢାଳି ପୋଡ଼ୁଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଗୋଡ଼ ଖସିଯିବାରୁ କିରୋସିନ୍ ତାଙ୍କ ଉପରେ ଢାଳି ହୋଇଯାଇଥିଲା ଏବଂ ସେ ନିଆଁରେ ଜଳି ଯାଇଥିଲେ। ତେବେ ସୌମ୍ୟ ନିଆଁରେ ଜଳିଯାଉଥିବା ସମୟରେ ବିଦ୍ୟାଭାରତୀ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ତାଙ୍କୁ ଉଦ୍ଧାର କରିବାକୁ କୌଣସି ପ୍ରକାର ପଦକ୍ଷେପ ନେଇ ନଥିଲେ। କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଆଜି ଘଟଣାକୁ ନେଇ ଏଭଳି ତଥ୍ୟ ରଖିଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି ଯେ ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସିର ଧାରା ୨୮୫ (ନିଆଁ ଲାଗିଲା ବେଳେ ଅବହେଳାପୂର୍ଣ୍ଣ ଆଚରଣ) ଏବଂ ୩୦୪(ଏ)(ଅବହେଳା କାରଣରୁ ମୃତ୍ୟୁ) ଅନୁଯାୟୀ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଦାଖଲ କରାଯାଇଛି। ଏହି ଦଫାରେ ସଜା ୭ ବର୍ଷରୁ କମ୍ ଅର୍ଥାତ୍ ମାତ୍ର ୨ ବର୍ଷ ହୋଇ ଥିବାରୁ ବ୍ୟବସ୍ଥା ଅନୁଯାୟୀ ବିଦ୍ୟାଭାରତୀଙ୍କୁ ସିଆରପିସିର ଧାରା ୪୧ ଅନୁଯାୟୀ ନୋଟିସ୍ ଜାରି କରାଯାଇଛି। ଅନ୍ୟପଟେ ଏହି ଘଟଣାରେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍ ଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ। ଏଡିଜି ସ୍ପଷ୍ଟ କରିଛନ୍ତି ଯେ ସାକ୍ଷୀମାନଙ୍କ ବୟାନ, ଟେଲିଫୋନର ସିଡିଆର୍ ଆନାଲିସିସ୍, ସୌମ୍ୟରଞ୍ଜନଙ୍କ ଡାଏରୀ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ, ଡିଏଫଓ ସଂଗ୍ରାମ ଓ ବିଦ୍ୟାଭାରତୀଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହିତ ଅନୈତିକ ସମ୍ପର୍କର କୌଣସି ପ୍ରମାଣ ମିଳିନାହିଁ। ସୌମ୍ୟରଞ୍ଜନଙ୍କ ପୋଡ଼ି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନାହିଁ। ସେହିଭଳି ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ କ୍ଷେତ୍ରରେ ସାକ୍ଷୀଙ୍କ ବୟାନ, ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରୁ ତାଙ୍କର ବି ହତ୍ୟାକାଣ୍ଡ ସହିତ କୌଣସି ସମ୍ପର୍କ ଥିବା ପ୍ରମାଣ ମିଳିନାହିଁ।

Share Now:

Kalinga News Beuro

Next Post

କାଶ୍ମୀର ହିଂସା ନେଇ ୫ ଘଣ୍ଟା ଆଲୋଚନା କଲେ ଗୃହମନ୍ତ୍ରୀ

Sat Oct 9 , 2021
ଆତଙ୍କବାଦ ନିରୋଧୀ ବିଶେଷଜ୍ଞ ଶ୍ରୀନଗର ଗଲେ ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ନିରୀହ ଲୋକ ଏବଂ ସଂଖ୍ୟାଲଘୁ ମାନଙ୍କୁ ହତ୍ୟା କରିବା ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି। ତୁରନ୍ତ ଏହି ଆତଙ୍କବାଦୀ କାର୍ଯ୍ୟକ୍ରମ ଉପରେ ଲଗାମ ଲଗାଇବା ପାଇଁ କାଶ୍ମୀରକୁ ଆତଙ୍କବାଦ ନିରୋଧୀ ବିଶେଷଜ୍ଞଙ୍କୁ ପଠାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଏହି ପ୍ରସଙ୍ଗରେ ପ୍ରାୟ ୫ ଘଣ୍ଟା ଧରି ବୈଠକ କରିଥିଲେ। ଏହାପରେ […]
କାଶ୍ମୀର ହିଂସାକୁ ଗମ୍ଭୀରତାର ସହ ‌ନେଲା କେନ୍ଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial