ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣକୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ : ୩ଜଣ ଦୋଷମୁକ୍ତ

ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲା

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ଏକ ‘ଏସ୍‌ସି/ଏସ୍‌ଟି’ ଅଦାଲତ ହାଥ୍‌ରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୪ ଅଭିଯୁକ୍ତ ହେଲେ ୨୦ ବର୍ଷିୟ ସନ୍ଦୀପ, ୩୫ ବର୍ଷିୟ ରବି, ୨୩ ବର୍ଷିୟ ଲବକୁଶ ଏବଂ ୨୬ ବର୍ଷିୟ ରାମୁଙ୍କ ମଧ୍ୟରୁ ଅଦାଲତ ସନ୍ଦୀପଙ୍କୁ ଏହି ଅପରାଧ ନିମନ୍ତେ ଦୋଷୀ ସାବ୍ୟସ୍ତ କରିଛନ୍ତି। ‘ଇଣ୍ଡିଆନ୍‌ ପେନାଲ୍‌ କୋଡ୍’ର ଧାରା ୩୦୪ ଏବଂ ‘ଏସ୍‌ସି/ଏସ୍‌ଟି’ ଆଇନ ଅନୁଯାୟୀ ସନ୍ଦୀପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
କିନ୍ତୁ, ଅଦାଲତଙ୍କ ରାୟରେ ସନ୍ତୁଷ୍ଟ ନୁହନ୍ତି କହି ଝିଅର ପରିବାର ଲୋକେ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

ସ୍ମରଣଯୋଗ୍ୟ, ୨୦୨୦ ସେପ୍ଟେମ୍ବର ମାସରେ ପଶ୍ଚିମାଞ୍ଚଳ ଉତ୍ତର ପ୍ରଦେଶର ହାଥ୍‌ରସ୍‌ ଜିଲ୍ଲା ଅନ୍ତର୍ଗତ ବୂଲ୍‌ଗଡ଼ିରେ ଜଣେ ୧୯ ବର୍ଷୀୟ ଦଳିତ ତରୁଣୀ ଗଣଦୁଷ୍କର୍ମ ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ଘଟଣାର ୧୫ ଦିନ ପରେ ଦିଲ୍ଲୀର ସଫଦରଜଙ୍ଗ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁଷ୍କର୍ମ ଉଦ୍ୟମରେ ବାଧା ଦେବାରୁ ୪ ଅଭିଯୁକ୍ତ ଉକ୍ତ ତରୁଣୀଙ୍କୁ ଶ୍ଵାସରୁଦ୍ଧ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଦୁଷ୍କର୍ମକାରୀଙ୍କୁ ବାଧା ଦେବା ସମୟରେ ତରୁଣୀଜଣକ ନିଜ ଜିଭକୁ କାମୁଡ଼ି ପକାଇବାରୁ ଜିଭ କଟି ଭୀଷଣ କ୍ଷତ ହୋଇଥିଲା।

Share Now:

Kalinga News Beuro

Next Post

ଜଙ୍ଗଲ ଭିତରୁ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Thu Mar 2 , 2023
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲଜୁରୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତକଙ୍କ ମା’ଘର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ଜଣାପଡିଛି। ମୃତକା ହେଲେ ଭାରତୀ ମଲ୍ଲିକ (୪୨)। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୬ ତାରିଖରୁ ରେଙ୍ଗଲଜୁରୀ ଗାଁର ସନ୍ତୋଷ ମଲ୍ଲିକଙ୍କ ପତ୍ନୀ ଭାରତୀ ମଲ୍ଲିକ ନିଖୋଜ ଥିବା ନେଇ […]
ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial