ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିଜେଡ଼ିରୁ ୧୬ ଜଣ କର୍ମୀ ନିଳମ୍ବିତ

୧୬ ଜଣ କର୍ମୀ ବିଜେଡ଼ିରୁ ନିଳମ୍ବିତ

ବୈପାରିଗୁଡା: କୋରାପୁଟ ଜିଲ୍ଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବିଜେଡ଼ିର ଦଳୀୟ ରାଜନୀତି ଏବେ ଚରମ ସୀମାରେ ପହଞ୍ଚିଛି। ଦଳ ବିରୋଧୀ କାର୍ଯ୍ୟ ତଥା ବିଶୃଙ୍ଖଳିତ ଆଚରଣକୁ ନେଇ ଦଳ ତରଫରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ୧୬ ଜଣକୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଳମ୍ବିତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଦଳର ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଜିଲ୍ଲା ବିଜେଡ଼ି ସଂପାଦକ ତଥା ଦଳର ସହକାରୀ ନିର୍ବାଚନ ଅଧିକାରୀ ସାଥିରାମ ନାୟକ ପ୍ରକାଶ କରିଛନ୍ତି ଯେ ଦଳ ବିରୋଧ କାର୍ଯ୍ୟ ତଥା ବିଶୃଙ୍ଖଳିତ ଆଚରଣ ଯୋଗୁ ଜିଲ୍ଲା ବିଜେଡ଼ି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶୃଙ୍ଖଳା କମିଟି ସମସ୍ତ କାର୍ଯ୍ୟକଳାପକୁ ପର୍ଯ୍ୟାଲୋଚନା କରିବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବିତ କର୍ମୀମାନେ ହେଲେ ବ୍ଲକ ପୂର୍ବତନ ସଭାପତି ବିଜୟ ସାମନ୍ତରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଦଳର ବରିଷ୍ଠ କର୍ମକର୍ତ୍ତା ଆର୍. ଶ୍ରୀନିବାସ ରାଓ, ପୂର୍ବତନ ବ୍ଲକ ସଭାପତି ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋଜ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ତଥା ବରିଷ୍ଠ କର୍ମୀ ଭାଗିରଥି ମୁର୍ଜିଆ, ଯୁବ କାର୍ଯ୍ୟକର୍ତ୍ତା ଆର୍. ଦାମ୍ବିକା ରାଓ, ବରିଷ୍ଠ କର୍ମୀ ପ୍ରଫୁଲ୍ଲ ପ୍ରଧାନ, ନାରାୟଣ କଦମଗୁଡିଆ, ସୁରେନ୍ଦ୍ର ପ୍ରଧାନୀ, ଆର୍. ରୋହିତ କୁମାର,ବିମଳ ବାରିକ, କର୍ଣ୍ଣଦାନି ଖରା, ରଂଜିତ ଶତପଥି, ପୂର୍ଣ୍ଣିମା ବାରିକ, ଜଗନ୍ନାଥ ଖରା,ଭୂବନେଶ୍ବରୀ ଦିଗାପୁରିଆ,ସନସାଇ ହରିଜନ। ସୂଚନାଯୋଗ୍ୟ ଏହି ଯେ, ସଦ୍ୟ ସମାପିତ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦଳରେ ଫାଟ ସୃଷ୍ଟି ହେବା ସହ ଅସନ୍ତୁଷ୍ଟ ଗୋଷ୍ଠୀ କଂଗ୍ରେସ ସହ ହାତ ମିଳାଇ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିରୁଦ୍ଧରେ ଭୋଟ ଦେଇଥିଲେ। ଏହି ଅସନ୍ତୁଷ୍ଟ ଗୋଷ୍ଠୀରେ ଦଳର କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା ସଂପୃକ୍ତ ରହିଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ ଆସନ୍ତା ଛଅ ବର୍ଷ ପାଇଁ ପ୍ରାଥମିକ ସଭ୍ୟ ପଦରୁ ନିଳମ୍ବିତ କରାଯାଇଛି।

Share Now:

Kalinga News Beuro

Next Post

ପିଲାର୍‌ ପାଖରେ ୩୦ ଫୁଟିଆ ଗର୍ତ୍ତ : ଭୁଶୁଡ଼ିବନି ତ ଟଙ୍କପାଣି ବ୍ରିଜ୍‌…?

Sat Mar 12 , 2022
କାଳ ହେବ କି ବେଆଇନ ବାଲିଉଠାଣ! ଭୁବନେଶ୍ୱର: କୁଆଖାଇ ନଦୀରୁ ଚାଲିଛି ଆଖିବୁଜା ବାଲି ଉଠାଣ। ନିୟମକୁ ଜଳାଞ୍ଜଳି ଦେଇ ବାଲି ଉଠାଣ ହେଉଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଆଖି ବୁଜି ଦେଇଛନ୍ତି। ଟଙ୍କପାଣି ବ୍ରିଜ୍‌ ପାଖରୁ ଚାଲିଛି ବେଆାଇନ ବାଲି ଉତ୍ତୋଳନ। ତେଣୁ ଟଙ୍କପାଣି ବ୍ରିଜ୍‌ ପ୍ରତି ବିପଦ ସୃଷ୍ଟି ହେଲାଣି ବୋଲି ଆଶଙ୍କା ପ୍ରକାଶ ପାଇଛି। ବେଳ ହୁଁ ସତର୍କ ନହେଲେ, ବଡ଼ଧରଣର ଅଘଟଣ ଘଟିବାକୁ ଏଡ଼ାଇ […]
ଭୁଶୁଡ଼ିବନି ତ ଟଙ୍କପାଣି ବ୍ରିଜ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial