ମୁମ୍ବାଇରେ ପୁଣି ଚିନ୍ତା ବଢ଼ାଇଲା କୋଭିଡ୍‌-୧୯

ମୁମ୍ବାଇରେ ଚିନ୍ତା ବଢ଼ାଇଲା କୋଭିଡ୍‌-୧୯

ହୋଇପାରେ ଆଂଶିକ ‘ଲକ୍‌ଡାଉନ୍‌’: ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ପୁର୍ନବାର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିବା ଘଟଣା ଏବେ ମହାରାଷ୍ଟ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି। ବିଶେଷ କରି ମୁମ୍ବାଇ ମହାନଗରୀରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ମହାରାଷ୍ଟ୍ର ସରକାରଙ୍କ ପାଇ ମୁଣ୍ଡ ବିନ୍ଧାର କାରଣ ହୋଇଛି। ମୁମ୍ବାଇ ମହାନଗରୀରେ ବିଗତ ୧୩୧ ଦିନ ଧରି ନିୟନ୍ତ୍ରଣରେ ରହିବା ପରେ ହଠାତ୍‌ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ଦିନରେ ୧୩୬୧କୁ ବୃଦ୍ଧି ପାଇଥିବାରୁ ଏହାକୁ ଏବେ କିପରି ନିୟନ୍ତ୍ରଣ କରାଯିବ ସେଥିନେଇ ଚିନ୍ତିତ ହୋଇ ପଡ଼ିଛନ୍ତି ମହାରାଷ୍ଟ୍ର ସରକାର। ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ମୁମ୍ବାଇ ଦାୟିତ୍ୱରେ ଥିବା ମନ୍ତ୍ରୀ ଅସଲମ ଶେଖ କହିଛନ୍ତି ଯେ ଯଦି ପରିସ୍ଥିତିରେ ସୁଧାର ନଆସେ ତେବେ ମୁମ୍ବାଇରେ ଆଉଥରେ ଆଂଶିକ ତାଲାବନ୍ଦ (ଲକ୍‌ଡାଉନ୍‌) ଘୋଷଣା କରାଯିବ। ମୁମ୍ବାଇର ଅବସ୍ଥା ଏହିପରି ଥିବାବେଳେ ମହାରାଷ୍ଟରରେ ଆଠରୁ ଦଶ ଦିନ ମଧ୍ୟରେ ସକ୍ରିୟ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୧୧,୧୪୧ରେ ପହଞ୍ଚି ଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ କ୍ୟାବିନେଟ ବୈଠକରେ ବର୍ଦ୍ଧିତ କୋଭିଡ୍‌-୧୯ ସଂଖ୍ୟାକୁ ନେଇ ଚିନ୍ତପ୍ରକଟ କରାଯିବା ସହ ସେପ୍ଟେଟର ମାସର ଶିଖର ସମୟ ପରି କେତେକ ସ୍ଥାନରେ ଆଂଶିକ ତାଲାବନ୍ଦ ଘୋଷଣା ପାଇଁ ବିଚାର କରାଯାଇଛି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ୯୭,୯୮୩ ଥିବାବେଳେ ମୁମ୍ବାଇରେ ଏହା ୯,୩୧୯। କୋଭିଡ୍‌-୧୯ ସଂଖ୍ୟାରେ ବର୍ତ୍ତମାନ ଜାରି ରହିଥିବା ଅଭିବୃଦ୍ଧି ହାର ଯଦି ଅବ୍ୟାହତ ରହେ ତେବେ ଏପ୍ରିଲ ସୁଦ୍ଧା ରାଜ୍ୟରେ ପୁଣି କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେଣୁ, ପରିସ୍ଥିତି ଆଉ ଅଧିକ ବିଗିଡ଼ିବା ପୂର୍ବରୁ ପ୍ରତିଷେଧ ମୂଳକ ବ୍ୟବସସ୍ଥା ଗ୍ରହଣ କରିବାକୁ ସେମାନେ ମହାରାଷ୍ଟ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ପରିସ୍ଥିତି ଅନୁଧ୍ୟାନ ପାଇଁ ଅନ୍ୟ ଏକ କେନ୍ଦ୍ରୀୟ ଦଳ ମଧ୍ୟ ମହାରାଷ୍ଟ୍ର ରାଜ୍ୟ ଗସ୍ତରେ ଆସୁଥିବା ଜାଣିବାକୁ ମିଳିଛି।

Share Now:

Kalinga News Beuro

Next Post

ଜଙ୍ଗଲରେ ଲାଗିଥିବା ନିଆଁ ଲିଭାଇବାକୁ ନିୟୋଜିତ ହେବେ ଓଡ୍ରାଫ୍ ଟିମ

Mon Mar 8 , 2021
ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଚିନ୍ତାଜନକ। ଏଥିପାଇଁ ପ୍ରଶାସନ ତରଫରୁ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ଓଡ୍ରାଫ ଟିମ ନିୟୋଜିତ ହେବ।ଏହା ସହ ଉପଗ୍ରହ ସହାୟତାରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ତଦାରଖ କରାଯାଉଛି। ବନାଗ୍ନି ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ […]
ଜଙ୍ଗଲରେ ଲାଗିଥିବା ନିଆଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial