ହୋଟେଲ ମାଲିକଙ୍କ ପୁଅ ବାହା ଘରରେ କୋଭିିଡ୍-୧୯‌ ନିୟମ ଖୋଲାଖୋଲି ଉଲ୍ଲଘଂନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି ଜିଲ୍ଲାରେ ଯେପରି କରୋନା ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି ତାହା ପ୍ରଶାସନର ନିଦ ହଜାଇ ଦେଇଛି। ଏପରି ପରିସ୍ଥିତିରେ ବ୍ରହ୍ମପୁରରେ ଜଣେ ହୋଟେଲ ମାଲିକଙ୍କ ପୁଅ ବାହା ଘରରେ କୋଭିିଡ୍-୧୯‌ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି। ବିବାହ ଶୋଭାଯାତ୍ରାରେ କୋଭିଡ୍‌ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲ୍ଲଂଘନ କରାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ନା କେହି ମୁହଁରେ ମାସ୍କ ପିନ୍ଧିଛନ୍ତି ନା ସାମାଜିକ ଦୂରତା ବଜାୟ ରଖିଛନ୍ତି। ସୂଚନା ଅନୁସାରେ, ଗତକାଲି ଗୋପାଳପୁର ସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ଏହି ବିବାହ କାର୍ଯ୍ୟ ହୋଇଥିଲା। ତେବେ ବିବାହ ଶୋଭାଯାତ୍ରାରେ ଡିଜେ ମ୍ୟୁଜିକ୍‌ରେ ପରିବେଶ କମ୍ପୁଥିଲା। ବରଯାତ୍ରୀ କେହି ମାସ୍କ ପିନ୍ଧି ନ ଥିଲେ କି ସାମାଜିକ ଦୂରତ୍ୱ ମଧ୍ୟ ରଖି ନଥିଲେ। ଡିଜେ ଗୀତର ତାଳେ ତାଳେ ସମସ୍ତେ ନାଚିଥିଲେ। କରୋନା ପାଇଁ ବିବାହ କାର୍ଯ୍ୟ ଲାଗି ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁ ନ ଥିବାବେଳେ ଏଠି ଶତାଧିକ ଲୋକ ବାହାଘରରେ ସାମିଲ ହୋଇଥିଲେ। ଏହି ବିବାହ ଭୋଜିରେ ବ୍ରହ୍ମପୁରର ଅନେକ ଗ୍ରାମାଞ୍ଚଳରୁ ଲୋକ ଆସି ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି। ଗ୍ରାମାଞ୍ଚଳ ଲୋକେ ସହରକୁ ନ ଆସିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ଏଠି ସେହି ନିୟମକୁ ଖୋଲାଖୋଲି ଉଲ୍ଲଘଂନ ହୋଇଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଜିଲ୍ଲା ପ୍ରଶାସନର କଡ଼ା ନିୟମ ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ପ୍ରସଙ୍ଗରେ ବରପକ୍ଷ କିମ୍ବା ହୋଟେଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Share Now:

Kalinga News Beuro

Next Post

ମଣିଷ ହାଟରେ କରୋନା କଟକଣାକୁ ଫୁ’: ପ୍ରଶାସନ ନିରବ ଦ୍ରଷ୍ଟା

Sat Jul 4 , 2020
ଭୁବନେଶ୍ୱର: ଏଠି ରାତି ପାହିଲେ ବସୁଛି ମଣିଷ ବା ଶ୍ରମିକ ହାଟ। କାମ ପାଇଁ ଚାଲୁଛି ଶ୍ରମିକଙ୍କ ମୂଲଚାଲ। ଶହ ଶହ ସଂଖ୍ୟାରେ ଏକାଠି ହେଉଛନ୍ତି କାମ ଖୋଜୁଥିବା ଶ୍ରମିକ। କିନ୍ତୁ ଏହି ହାଟରେ କରୋନା କଟକଣା ନାହିଁ। ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ବଜାୟ ରଖିବା ନାହିଁ। ପେଟ ପାଇଁ ବିକଳ ହେଉଥିବା ଏହି ଶ୍ରମିକମାନଙ୍କ କଟକଣା ପ୍ରତି ନିଘା ନଥିବା ବେଳେ କେହି ମଧ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial