ଆଜି ଶ୍ରୀଜଗନ୍ନାଥଙ୍କ ରଥକାଠ ଅନୁକୂଳ: ପୂଜା ହେବ ତିନି ଧଉରା କାଠ

ରଥକାଠ ଅନୁକୂଳ

ପୁରୀ :‌ ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି (ମଙ୍ଗଳବାର) ପବିତ୍ର ବସନ୍ତ ପଞ୍ଚମୀ‌ରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିର ସମୁଖସ୍ଥ ରଥଖଳା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖ ରଥଖଳାରେ ତିନି ରଥ ପାଇଁ ତିନୋଟି କାଠକୁ ପୂଜାର୍ଚ୍ଚନା ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ବାରିକେଡ୍ ପକାଇ ତିନି ରଥକାଠକୁ ଅଲଗା ରଖାଯାଇଛି। ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ଜାଗା ବି ଖାଲି କରାଯାଇଛି। ଆଜି ରାଜନଅର ପକ୍ଷରୁ ‌ରାଜଗୁରୁଙ୍କ ସହ ସ୍ତୋତ୍ରୀୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦାନ କରିବେ। ତିନି ରଥ ପାଇଁ ୧୨ ଫୁଟିଆ ତିନି ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଯିବ। ସ୍ତୋତ୍ରୀୟ ବ୍ରାହ୍ମଣମାନେ ବାଗ୍‌ଦେବୀଙ୍କୁ ଆବାହନ କରିବା ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରିବେ। ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିବା ପରେ ପବିତ୍ର ରାମନବମୀରେ ରଥକାଠ ଚିରଟ ଓ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।

Share Now:

Kalinga News Beuro

Next Post

କରୋନାର ପରିବର୍ତ୍ତିତ ରୂପ: ଭାରତରେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍‌ ପ୍ରଜାତି ଭୂତାଣୁ

Wed Feb 17 , 2021
ମହାରାଷ୍ଟ୍ରରେ ପୁଣି ଲକ୍‌ଡାଉନ୍‌ ହୋଇପାରେ, ୮୭ ଲକ୍ଷରୁ ଅଧିକ ଟିକା ନେଲେଣି ନୂଆଦିଲ୍ଲୀ: ପରିବର୍ତ୍ତିତ କରୋନାଭୂତାଣୁର ବ୍ରିଟେନ୍‌ ପ୍ରଜାତି ପରେ ଏବେ ଭାରତରେ ଦକ୍ଷିଣ ଆଫ୍ରିକୀୟ ଏବଂ ବ୍ରାଜିଲ୍‌ ପ୍ରଜାତିର ଭୂତାଣୁ ପ୍ରବେଶ କରିଛି। ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଫେବ୍ରୁଆରି ପ୍ରଥମ ସପ୍ତାହରେ ଭାରତରେ ଜଣଙ୍କଠାରେ ବ୍ରାଜିଲ ପ୍ରଜାତିର ନୂଆ କରୋନାଭୂତାଣୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ ୪ ଜଣଙ୍କଠାରେ ଆଫ୍ରିକୀୟ ପ୍ରଜାତିର ଭୂତାଣୁ ମଧ୍ୟ ଚିହ୍ନଟ […]
କରୋନାର ପରିବର୍ତ୍ତିତ ରୂପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial