ଶେଷ ହେଲା ଚୌଦ୍ବାର ରୂପଯାତ୍ରା ଭସାଣି ଉତ୍ସବ

ଚୌଦ୍ବାର ରୂପଯାତ୍ରା ଭସାଣି

ଚୌଦ୍ବାର: ପ୍ରସିଦ୍ଧ ଚୌଦ୍ବାର ରୂପଯାତ୍ରା ଭସାଣି ଉତ୍ସବ ଆଜି ଶେଷ ହୋଇଛି। ମହାମାରୀ କରୋନା ପାଇଁ ଉତ୍ସବରେ ସରକାରଙ୍କ ପକ୍ଷରୁ କଟକଣା ଲାଗି ଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଥିଲା। ଆଜି ସକାଳ ୯ ଟାରୁ ମଧ୍ୟାହ୍ନ ୨ଟା ମଧ୍ୟରେ ବିରୂପା ନଦୀ କୂଳ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା। କ୍ରମାନ୍ବୟରେ ସମସ୍ତ ମେଢ ନିଜ ନିଜ ମଣ୍ତପରୁ ବାହାରି ଚୌଦ୍ବାର ରୂପଯାତ୍ରା ପଡ଼ିଆ ଦେଇ ବିରୂପା ନଦୀ କୂଳରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜିତ ହୋଇଥିଲେ। ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାମାନେ ଶୃଙ୍ଖଳାର ସହ ନିଜ ନିଜର ମେଢ ବାହାର କରି ବିରୂପା ନଦୀ କୂଳକୁ ଆଣିଥିଲେ। କେବଳ ପରମ୍ପରାକୁ ରକ୍ଷା କରି ଚୌଦ୍ବାର ଦଶହରା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ଛନ୍ଦାଭୋଗ ପ୍ରଦାନ କରାଯିବା ପରେ ମେଢ ବିସର୍ଜନ କରାଯାଇଥିଲା। ଚୌଦ୍ବାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ବରେ ପୁଲିସ ଭସାଣି ଉତ୍ସବକୁ କରୋନା କଟକଣା ନିୟମ ଅନୁସାରେ ଶୃଙ୍ଖଳାର ସହିତ ଶେଷ କରିବାକୁ ପଦକ୍ଷେପ ନେଇଥିଲା।

Share Now:

Kalinga News Beuro

Next Post

ଏ ଯୁଗର ଶ୍ରବଣ କୁମାର ଦିବ୍ୟଦର୍ଶନ: ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି ଛ'ବର୍ଷର ବାଳକ

Sun Oct 24 , 2021
ଭୁବନେଶ୍ବର: ପିତାମାତା ବୃଦ୍ଧ ହେଲେ ଅନେକ ପିଲାଙ୍କ ପାଇଁ ଅଲୋଡ଼ା ହୋଇଯାଉଛନ୍ତି। ଶେ‌ଷ ସମୟ ସେମାନଙ୍କର କଟୁଛି ଜରାଶ୍ରମରେ। ହେଲେ କୁନି ବୟସରେ ଦୃଷ୍ଟିହୀନ ପିତାମାତାଙ୍କ ସେବା ଶୁଶ୍ରୁଶା କରୁଛି ୮ ବର୍ଷର ବାଳକ ଦିବ୍ୟଦର୍ଶନ ସାହୁ। ସାଙ୍ଗମାନଙ୍କ ସହ ଖେଳକୁଦ କରିବା ବୟସରେ ଘର ସମ୍ଭାଳୁଛି। ଦୃଷ୍ଟିହୀନ ପିତାମାତାଙ୍କ ହାତ ଧରି ବାଟ ଚଲାଇବା, ରୋଷେଇ କରି ଖାଦ୍ୟ ଖୁଆଇବା ସହ ପାଖେ ପାଖେ ରହି ସେମାନଙ୍କ ସେବାରେ […]
ଏ ଯୁଗର ଶ୍ରବଣ କୁମାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial