ଜୁଲାଇ ୧୭ରୁ ପାଞ୍ଚ ଦିନ ପାଇଁ ଖୋଲିବ ସାବରିମାଲା

ଜୁଲାଇ ୧୭ରୁ ପାଞ୍ଚ ଦିନ ପାଇଁ ଖୋଲିବ ସାବରିମାଲା

ତିରୁଅନନ୍ତପୁରମ : ସାବରିମାଲାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ପାର୍ବତ୍ୟ ଧର୍ମପୀଠ ଆସନ୍ତା ୧୭ରୁ ୨୧ ତାରିଖ ୫ ଦିନ ପର୍ଯ୍ୟନ୍ତ ଖୋଲିବ। ମନ୍ଦିରର ମାସିକ ପୂଜା ପାଇଁ ଏହାକୁ ସୀମିତ ସମୟ ପାଇଁ ଖୋଲଯିବ। ଏହି ମନ୍ଦିର ପରିଚାଳନା କରୁଥିବା ‘ଟ୍ରାଓ୍ଵାଙ୍କୋର୍‌ ଦେବସ୍ୱମ୍‌ ବୋର୍ଡ’ (ଟିଡିବି) ମଧ୍ୟ କହିଛି ଯେ, କରୋନା ମହାମାରୀ ଦୃଷ୍ଟିରୁ ଏହି ତୀର୍ଥ ଦର୍ଶନ ପାଇଁ ଆସୁଥିବା ତୀର୍ଥ ଯାତ୍ରୀମାନେ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ କରାଯାଇଥିବା ‘ଆର୍‌ଟି-ପିସିଆର୍‌’ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ନଚେତ୍‌ ସେମାନଙ୍କୁ ତୀର୍ଥ ଯାତ୍ରା ସୁଯୋଗ ଦିଆଯିବ ନାହିଁ। ଆହୁରି ମଧ୍ୟ ଅନଲାଇନ ପୋର୍ଟାଲ ମାଧ୍ୟମରେ ବୁକିଂ କରାଯାଇଥିବା କେବଳ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ଦିଆଯିବ।
ସୂଚନାଯୋଗ୍ୟ ଯେ, କେରଳରେ ଏବେ ବି କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ପ୍ରାୟ ୧୪୦୮୭ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି। ଏହା ସହିତ ରାଜ୍ୟରେ ଜିକା ଭୁତାଣୁ ସଂକ୍ରମଣ ବି ଦେଖାଯାଇଛି।

Share Now:

Kalinga News Beuro

Next Post

ଫାଷ୍ଟ ଟ୍ରାକ୍‌କୁ ଗଲା ଜୟଦେବବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା

Sun Jul 11 , 2021
ଅକ୍ଟୋବର ସୁଦ୍ଧା ସରିବ ନିର୍ମାଣ, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଭୁବନେଶ୍ବର : ଜୟଦେବବିହାର ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ବାମ ଓ ଡାହାଣ ପାର୍ଶ୍ୱରେ ନିର୍ମାଣ ହେବାକୁ ଥିବା ସମାନ୍ତରାଳ ରାସ୍ତାକୁ ଫାଷ୍ଟ ଟ୍ରାକ୍‌ ତାଲିକାକୁ ନିଆଯାଇଛି। ଶନିବର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ବୁଲି ସ୍ଥିତି ଅନୁଧ୍ୟାନ କରିବା ପରେ ଏହାକୁ ସାରିବାକୁ ସମୟସୀମା‌ ନିର୍ଦ୍ଧାରଣ କରିଛନ୍ତି। ଉଭୟ ପାର୍ଶ୍ବ ରାସ୍ତାକୁ […]
ଜୟଦେବବିହାର-ନନ୍ଦନକାନନ ସମାନ୍ତରାଳ ରାସ୍ତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial