ରୁକୁଣା ରଥଯାତ୍ରା ନୀତିନିର୍ଘଣ୍ଟ ପ୍ରସ୍ତୁତ : ଅପରାହ୍ନ ୪ଟାରୁ ହେବ ରଥ ଟଣା

ଅପରାହ୍‌ଣ ୪ଟାରୁ ଟଣା ହେବ ରୁକୁଣା ରଥ

ପୁରୁଣା ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ମଧ୍ୟାହ୍ନ ସାଢ଼େ ୧୨ଟାରୁ ୨ଟା ମଧ୍ୟରେ ଠାକୁରଙ୍କ ପହଣ୍ଡି କରାଯିବ ଓ ୪ଟାରେ ଆରମ୍ଭ ହେବ ରଥ ଟଣା। ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ରଥ ରା‌‌ମେଶ୍ବର ପାଟଣାରେ ପହଞ୍ଚିବ ଓ ଠାକୁର ଶ୍ରୀରାମେଶ୍ବର ମନ୍ଦିରକୁ ବିଜେ କରିବେ। ମନ୍ଦିର କାର୍ଯ୍ୟାଳୟ ସୂଚନା ଅନୁଯାୟୀ ସେଦିନ ଭୋର୍‌ ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ସାଢ଼େ ୫ଟାରେ ସାହାଣମେଲା ଦର୍ଶନ କରାଯିବ। ୧ଘଣ୍ଟା କାଳ ସାହାଣମେଲା ଦର୍ଶନ ପରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଆଦି ପୂର୍ବାହ୍ନ ୮ଟା ମଧ୍ୟରେ ଶେଷ ହେବ। ଏହା ପରେ ଧୂପ କରାଯିବ। ଏହାପରେ ବଲ୍ଲଭ, ଭୋଗ ମଣ୍ଡପ କରାଯାଇ ପୁଣି ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ମହାସ୍ନାନ, ବେଶ କରାଯାଇ ୧୨ଟାରୁ ଯାତ୍ରା ପୂଜା କରାଯିବ। ସାଢ଼େ ୧୨ଟା ପରେ ଶ୍ରୀ ଜୀଉଙ୍କ ପହଣ୍ଡି କରାଯିବା ପରେ ରଥରେ ପୂଜା କରାଯିବ। ଘୋଡ଼ା ବନ୍ଧାଯିବା ପରେ ଅପରାହ୍‌ଣ ୪ଟାରେ ରଥ ଟଣା ଆରମ୍ଭ ହେବ। ସନ୍ଧ୍ୟା ୭ଟା ସୁଦ୍ଧା ରଥ ରାମେଶ୍ବର ପାଟଣାରେ ପହଞ୍ଚିବା ପରେ ସେଠାରେ ସନ୍ଧ୍ୟା ସାଢ଼େ ୭ଟାରେ ଠାକୁର ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ କରିବେ। ଏହା ପରେ ଅନ୍ୟାନ ନୀତି କରାଯିବ। ସେହିପରି ବାହୁଡ଼ା ଯାତ୍ରା ଦିନ ଭୋର୍‌ ୫ଟାରେ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯିବ। ଏହା ପରେ ସାଢ଼େ ୫ଟାରେ ରୋଷ ହୋମ ଓ ପାକ କାର୍ଯ୍ୟ କରାଯିବା ସହ ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ତା’ପରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସାଢ଼େ ୮ଟା ପର୍ଯ୍ୟନ୍ତ ଚାଲିବ। ସେହିଭଳି ସକାଳ ଧୂପ, ଭୋଗ ମଣ୍ଡପ ନୀତି ସାଢ଼େ ୧୧ଟା ମଧ୍ୟରେ ସରିବ ଓ ସାଢ଼େ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ଅଧରପଣା ନୀତି ଅନୁଷ୍ଠିତ ହେବ। ଅପରାହ୍ନ ସାଢ଼େ ୨ଟାରେ ରଥ ଟଣା ଆରମ୍ଭ ହେବ। ଚଳିତ ବର୍ଷ ରଥ କାମ ହେଉଥିବା ମହାଖଳା ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଆସନ୍ତା ସମନ୍ବୟ ବୈଠକରେ ରଥ ଟଣା ସମୟରେ ମୋହର ବାଜିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ କହିଛନ୍ତି।

Share Now:

Kalinga News Beuro

Next Post

ଅବ୍ୟବସ୍ଥାର ଅନ୍ତ ନାହିଁ: ଟିକା ନେବାକୁ ଆସି ହନ୍ତସନ୍ତ

Sun Apr 4 , 2021
ଟାଣ ଖରାରେ ଘଣ୍ଟାଘଣ୍ଟା ଛିଡ଼ା ହେଲେ ବରିଷ୍ଠ ନାଗରିକ,ସାମାଜିକ ଦୂରତା ଶୂନ ଭୁବନେଶ୍ବର : ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ‌ବଢ଼ୁଛି। ‌ତେଣୁ ସଂକ୍ରମଣ କେମିତି ନ ବଢ଼ିବ, ସେଥିପାଇଁ ସରକାର ଟିକାଦାନ ବୟସସୀମାକୁ କମାଇ ଦେଇଛନ୍ତି। ରାଜଧାନୀ ଭୁବନେଶ୍ବରରେ ବି ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଟିକାଦାନକୁ ବ୍ୟାପକ କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ୨୭ଟି ସରକାରୀ ହସ୍ପିଟାଲ ସ‌ମେତ ମୋଟ […]
ଟିକା ନେବାକୁ ଆସି ହନ୍ତସନ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial