ବନ୍ଦ ହେବନି ଯାତ୍ରା : କଳାକାର ଓ କର୍ମଚାରୀଙ୍କ ଅନୁରୋଧକ୍ରମେ ନିଷ୍ପତ୍ତି ବଦଳାଇଲା ମାଲିକ ସଂଘ

ଭୁବନେଶ୍ୱର : ବନ୍ଦ ହେବନି ଯାତ୍ରା, ଯଥାବତ୍‌ ଚାଲୁ ରହିବ। ଆସନ୍ତା ଯାତ୍ରା ବର୍ଷରୁ ଯାତ୍ରା ପରିବେଷଣ ବନ୍ଦ ରଖିବା ପାଇଁ ଯାତ୍ରା ମାଲିକ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିର ପୂନର୍ବିଚାର କରାଯାଇଛି। ପରିଚାଳନାରେ ସମସ୍ତ ସହଯୋଗର ପ୍ରତିଶ୍ରୁତି ସହିତ ଯାତ୍ରା କଳାକାର ଏବଂ କର୍ମଚାରୀମାନେ ଯାତ୍ରା ଚଳାଇ ରଖିବା ପାଇଁ ମାଲିକ ସଂଘକୁ ଅନୁରୋଧ କରିଥିଲେ। ସେମାନଙ୍କ ଅନୁରୋଧ କ୍ରମେ ମାଲିକ ସଂଘର ଏକ ଜରୁରୀ ବୈଠକ ଗତ ୨୯ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଜସଜ୍ଜାକୁ ସଂକୁଚିତ କରିବା, ଯାତ୍ରା ପରିଚାଳନାକୁ ଶୃଙ୍ଖଳିତ କରିବା ସହିତ ଅନୁଷ୍ଠାନର କ୍ଷତି ଭରଣା ପାଇଁ ଖର୍ଚ୍ଚକାଟ କରି ଯାତ୍ରା ପରିବେଷଣ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଯାତ୍ରା କଳାକାର ଏବଂ ଯାତ୍ରା ଶିଳ୍ପ ସହିତ ସଂପୃକ୍ତ କର୍ମଚାରୀମାନଙ୍କ ସହଯୋଗ ପାଇଁ ମାଲିକ ସଂଘ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା। ଯାତ୍ରା ପରିବେଷଣରେ ଯାତ୍ରା କମିଟିମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଯାତ୍ରା ଶିଳ୍ପକୁ ସଂକଟରୁ ଉଦ୍ଧାର କରିବା ପାଇଁ ସେମାନଙ୍କର ସହଯୋଗ କାମନା କରାଯାଇଛି। ଏଥିପାଇଁ ଖୁବ୍‌ଶୀଘ୍ର ଓଡ଼ିଶାର ଯାତ୍ରା କମିଟିମାନଙ୍କର ଏକ ବୈଠକ ଆୟୋଜନ କରାଯାଇ ଅନ୍ୟ ବିଷୟରେ ଆଲୋଚନା କରାଯିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ମାଲିକ ସଂଘ ସଭାପତି ସୌମ୍ୟରଂଜନ ପଟ୍ଟନାୟକ, ଉପଦେଷ୍ଟା ପ୍ରଦୀପ ମହାରଥୀଙ୍କ ସମେତ ସମସ୍ତ ଯାତ୍ରା ପ୍ରଯୋଜକମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ବିଭୂକଲ୍ୟାଣ ଭାରତର ପ୍ରଥମ ହକି ବିଶ୍ୱକପ୍‌ ସ୍ୱାସ୍ଥ୍ୟ ଅଧିକାରୀ

Thu May 31 , 2018
ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ ହକି ବିଶ୍ୱକପ ଲାଗି ଓଡ଼ିଶାର କର୍ନେଲ ବିଭୂ କଲ୍ୟାଣ ନାୟକ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଜଣେ ଦକ୍ଷ କ୍ରୀଡ଼ା ଆଘାତ ବିଜ୍ଞାନ ଏବଂ କ୍ରୀଡ଼ା ଓ ଶାରୀରିକ କ୍ରିୟା ବିଜ୍ଞାନ ବିଶେଷଜ୍ଞ ଭାବେ ପରିଚିତ ବିଭୂକଲ୍ୟାଣ ଏହି ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ପାଇଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial