ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ

ଭୁବନେଶ୍ୱର : ଆଗାମୀ ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ। ମୁଖ୍ୟମନ୍ତ୍ରୀ ବି ମୁଠାଏ ଚାଉଳ ଗୁଆ ଦେଇଥିଲେ। ସମସ୍ତେ ଚାଉଳ ଓ ଗୁଆ ଦିଅନ୍ତୁ। ପରିକ୍ରମା ପ୍ରକଳ୍ପ ହାତକୁ ନେଇ ଇତିହାସ ରଚିଲେ ମୂଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ ନା ଇତିହାସରେ ଲିପିବଦ୍ଧ ହେବ। ସମସ୍ତେ ଜଗନ୍ନାଥ ପ୍ରେମୀ ଯୋଗ ଦିଅନ୍ତୁ। ଜଗନ୍ନାଥଙ୍କ ବିନା ଏ ପ୍ରକଳ୍ପ ସମ୍ଭବ ନୁହେଁ। ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି। ପ୍ରକଳ୍ପରେ ଜଗନ୍ନାଥଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ରହିଛି।
ଏନେଇ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲୁ। ଆଗାମୀ ୧୭ ତାରିଖ ପରିକ୍ରମା ପ୍ରକଳ୍ପରେ ସେ ଉପସ୍ଥିତ ରହିବେ। ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ଦେଲେ। ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଅନୁରୋଧ, ଗୋଟେ ଗୁଆ ପଠାନ୍ତୁ। ପରିକ୍ରମା ପ୍ରକଳ୍ପରେ ସାମିଲ ହୁଅନ୍ତୁ। ଜଗନ୍ନାଥଙ୍କ ଇତିହାସରେ ନବୀନ ପଟ୍ଟନାୟକଙ୍କ ନାଁ ଶହେ ବର୍ଷ ପରେ ବି ମନେ ରଖିବେ ଲୋକେ। ଆମେ ଆଶୀର୍ବାଦ କରିଛୁ।

Share Now:

Kalinga News Beuro

Next Post

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଇଡ୍‌କୋ ସିଜିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Tue Dec 26 , 2023
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଇଡ୍‌କୋ ସିଜିଏମ୍‌ ସରୋଜକାନ୍ତ ମହାନ୍ତି। ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡ୍‌କୋ ସିଜିଏମ୍‌ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଜଣାଯାଇଛି। ଆଜି ଏକକାଳୀନ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି।ମଧ୍ୟାହ୍ନ ୧୨ଟାରୁ ୧୦ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଟିମ୍ ଭୁବନେଶ୍ବର, କଟକ ଓ ଯାଜପୁରରେ ଏକକାଳୀନ ଚଢ଼ଉଆରମ୍ଭ କରିଛି। ତେବେ ଚଢ଼ଉ ବେଳେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial