ଚାଷୀଙ୍କୁ ମିଳିଲା ପୁରାତନ କୀର୍ତ୍ତିରାଜି ଖୋଦିତ ସ୍ୱର୍ଣ୍ଣମୁଦ୍ରା

ଚାଷୀଙ୍କୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାନଗର ଗାଁ ନିକଟରୁ ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା। ରାଧାନଗର ଗ୍ରାମର ବେଣୁଧର ନାୟକ ତାଙ୍କ ଚାଷଜମି ନିକଟରେ ଏହି ବିରଳ ସ୍ୱର୍ଣ୍ଣମୁଦ୍ରା ପାଇଥିଲେ। ଏହାର ଓଜନ ୭.୫ ଗ୍ରାମ୍‌ ହୋଇଥିବା ବେଳେ ଏଥିରେ ଦୁଇଟି ଗର୍ତ୍ତ ରହିଛି। ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଏକ ମଶାଲ ଧରିଥିବା ଜଣେ ରାଜାଙ୍କ ମୂର୍ତ୍ତି ଖୋଦିତ ହୋଇଥିବା ବେଳେ ଅନ୍ୟ ପାର୍ଶ୍ଵରେ କୌଣସି ପ୍ରାଣୀ କିମ୍ବା ମାନବଙ୍କୁ ସ୍ଥାନୀତ କରାଯାଇଛି। ଉକ୍ତ ମୁଦ୍ରାରେ ମାଣ୍ଡାରିନ ଭାଷାରେ ଲେଖା ଯାଇଥିବା ବେଳେ ଚୀନ ଦେଶର କୌଣସି ରାଜାଙ୍କ ମୂର୍ତ୍ତି ଖୋଦେଇ ହୋଇଥିବା ବଡ଼କାଏମା ସରପଞ୍ଚ ଅକୃର ଚରଣ ନାୟକ କହିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଧାନଗର ଗାଁ ନିକଟରୁ ବହୁ ବୌଦ୍ଧ କୀର୍ତ୍ତିରାଜି ସଂପନ୍ନ ସାମଗ୍ରୀ ଉଦ୍ଧାର ହୋଇଥିଲା। ବର୍ତ୍ତମାନ ଏଠାରୁ ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା ଉଦ୍ଧାର ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share Now:

Kalinga News Beuro

Next Post

ଖୋଲିଲା ଐତିହ୍ୟ ସ୍ମାରକୀ: ଆଗଭଳି ଆସୁନାହାନ୍ତି ପର୍ଯ୍ୟଟକ

Thu Aug 6 , 2020
ଭୁବନେଶ୍ବର: ପାଖାପାଖି ୫ ମାସ ଧରି ରୋକ୍‌ ଲାଗିବା ପରେ ଏଏସ୍‌ଆଇ ଅଧୀନସ୍ଥ ପର୍ଯ୍ୟଟନସ୍ଥଳୀ ତଥା ଐତିହ୍ୟ ସ୍ମାରକୀ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ମାତ୍ର ପର୍ଯ୍ୟଟକଙ୍କ ଭିତରେ ପର୍ଯ୍ୟଟନସ୍ଥଳୀ ବୁଲିବାର ଭୋକ ଆଉ ଆଗଭଳି ନାହିଁ। କରୋନା ଲୋକଙ୍କ ମନରେ ଏତେ ଭୟ ସଞ୍ଚାର କରିଛି ଯେ ଲୋକେ ବୁଲିବା କଥା ଭୁଲି ଯାଇଛନ୍ତି। ଫଳରେ ଗତ ୫ ଦିନ ଭିତରେ କେବଳ ଖଣ୍ଡଗିରି-ଉଦୟଗିରିକୁ ‌୨୦ ଜଣ ପର୍ଯ୍ୟଟକ ଆସିଥିବା […]
ଖୋଲିଲା ଐତିହ୍ୟ ସ୍ମାରକୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial