ବିନା ଭକ୍ତରେ କେବଳ ପୁରୀରେ ଗଡିବ ମହାପ୍ରଭୁଙ୍କ ରଥ

ବିନା ଭକ୍ତରେ କେବଳ ପୁରୀରେ ଗଡିବ ମହାପ୍ରଭୁଙ୍କ ରଥ

ପୁରୀ: ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ତେବେ ରଥଯାତ୍ରାରେ କେଉଁମାନେ ସାମିଲ ହୋଇପାରିବେ ଏନେଇ ସବିଶେଷ ସୂଚନା ଏସଆରସି ପକ୍ଷରୁ ଦିଆଯାଇଛି। ରଥଯାତ୍ରାରେ କୌଣସି ଭକ୍ତ ସାମିଲ ହୋଇପାରିବେ ନାହିଁ। ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚତୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ। ସେହିଭଳି ଗୋଟିଏ ରଥରେ ୫୦୦ ସେବାୟତରୁ ଅଧିକ ରହିବେ ନାହିଁ। ଯେଉଁ ସେବାୟତ ଦୁଇ ଥର ଟିକା ନେଇସାରିଥିବେ କିମ୍ବା ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବ, ସେମାନେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ରଥଯାତ୍ରାରେ ସାମିଲ ହୋଇପାରିବେ। ଏହା ବାଦ୍ ୪୮ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବା ସେବାୟତ ମଧ୍ୟ ରଥଯାତ୍ରାରେ ସାମିଲ ହୋଇପାରିବେ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ। କିନ୍ତୁ ମନ୍ଦିର ଭିତରେ ହେବାକୁ ଥିବା ନୀତିକାନ୍ତି ସମ୍ପନ୍ନ ହେବ। ମନ୍ଦିର ବାହାରେ କୌଣସି ନୀତିକାନ୍ତି ହେବ ନାହିଁ। ପୁରୀରେ ରଥଯାତ୍ରା ସମୟରେ କର୍ଫ୍ୟୁ ଲାଗୁ ରହିବ।

Share Now:

Kalinga News Beuro

Next Post

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ : ପାଣିପାଗ ବିଭାଗ

Fri Jun 11 , 2021
ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଆହୁରି ଅଗ୍ରଗତି କରି ଉତ୍ତର ଆରବ ସାଗର, ଦକ୍ଷିଣ ଗୁଜୁରାଟର ଆଉ କିଛି ଅଂଶ, ଦକ୍ଷିଣ ମଧ୍ୟପ୍ରଦେଶ ଓ ଛତିଶଗଡ଼, ଓଡ଼ିଶାର ଆଉ କିଛି ଅଂଶ, ପଶ୍ଚିମବଙ୍ଗର କିଛି ଅଂଶକୁ ସ୍ପର୍ଶ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶା ଓ ଛତିଶଗଡ଼, ମଧ୍ୟପ୍ରଦେଶର ଓ ବିହାରର ଆଉ କିଛି ଅଂଶ ଓ ଉତ୍ତରପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି। ଗତ […]
୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial